ପରିବେଶ ସୁରକ୍ଷା ର ବାର୍ତ୍ତା ନେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ବୃକ୍ଷକୁ ବାନ୍ଧିଲେ ରାକ୍ଷୀ

Aug 28, 2026 - 21:54
0 17
ପରିବେଶ ସୁରକ୍ଷା ର ବାର୍ତ୍ତା ନେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ବୃକ୍ଷକୁ ବାନ୍ଧିଲେ ରାକ୍ଷୀ

କେସିଙ୍ଗା/ କେସିଙ୍ଗା ସମାଚାର ୨୮/୮(ମଧୁସୂଦନ ଠାକୁର)ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ରକ୍ଷା ବନ୍ଧନ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଏନ୍.ସି.ସି, ୟୁଥ୍ ଓ ୟୁକୋ କ୍ଲବ, ଓ ଏନର୍ଜି କ୍ଲବର ସମ୍ମିଳିତ ନିଷ୍ଠା ଓ ପ୍ରୟାସ କ୍ରମେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରୀମାନେ ବିଦ୍ୟାଳୟ ପରିସର ରେ ବିଭିନ୍ନ ଗଛରେ ରାକ୍ଷୀ ବାନ୍ଧିଥିଲେ ଏବଂ ପରିବେଶ ସୁରକ୍ଷାର ଏକ ଅଭିନବ ବାର୍ତ୍ତା ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ତଥା ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ବୃକ୍ଷମାନଙ୍କର ସୁରକ୍ଷା ଓ ଯତ୍ନ ନେବା ପାଇଁ ଶପଥ ନେଇଥିଲେ। ରାକ୍ଷୀର ସୁରକ୍ଷା ବନ୍ଧନକୁ ପ୍ରକୃତି ସୁରକ୍ଷା ସହ ଯୋଡ଼ି ଛାତ୍ରୀମାନେ ସମାଜକୁ ସୁସ୍ଥ ଓ ସବୁଜ ପରିବେଶ ଗଠନର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ।ଏହି ଅଭିନବ କାର୍ଯ୍ୟକ୍ରମ ବିଦ୍ୟାଳୟରେ ରାକ୍ଷୀ ପୂର୍ଣ୍ଣିମା ପାଳନକୁ ଅଧିକ ଅର୍ଥପୂର୍ଣ୍ଣ କରିଥିବା ସହିତ ଛାତ୍ରୀମାନଙ୍କ ମନରେ ପରିବେଶ ପ୍ରତି ଭଲପାଇବା ଓ ପ୍ରକୃତିକୁ ସୁରକ୍ଷା କରି ସବୁଜ ଭବିଷ୍ୟତ ଗଢ଼ିବା ନିମନ୍ତେ ଦାୟିତ୍ୱବୋଧ ସୃଷ୍ଟି କରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User