ବିଦ୍ୟାଳୟ ପରିସରରେ ଥିବା ଗଛ କୁ ରାକ୍ଷୀ ବାନ୍ଧି ରାକ୍ଷୀ ପର୍ବ ପାଳନ କଲେ ଛାତ୍ରଛାତ୍ରୀ
କେସିଙ୍ଗା/ କେସିଙ୍ଗା ସମାଚାର ୨୮/୮(ମଧୁସୂଦନ ଠାକୁର) ସୁନିଶ୍ଚିତ ସଚେତନତା ଓ ସୁରକ୍ଷାର ଲକ୍ଷ୍ୟ ଆଧାରରେ ଜବାହର ଉଚ୍ଚ ବିଦ୍ୟାପୀଠ,ବାଲସି ପରିସରରେ ଏକ ଅଭିନବ ପ୍ରୟାସରେ “ଗଛ ଆମର ଜୀବନ, ଗଛ ଆମର ରକ୍ଷକ” ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ସହ ସୁସ୍ଥ ପରିବେଶ ଗଠନ ଓ ସୁରକ୍ଷା ଦିଗରେ ଧାରଣୀୟ ବିକାଶୋନ୍ନୁଖୀ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜେ ପ୍ରସ୍ତୁତ କରିଥିବା ରାକ୍ଷୀ ସ୍ନେହ ଓ ଶ୍ରଦ୍ଧାର ସହ ବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଔଷଧୀୟ ବୃକ୍ଷରାଜିମାନଙ୍କୁ ବାନ୍ଧି ଥିଲେ। ଏବଂ ପରେ 'ଏକ ପେଡ୍, ମାଁ କେ ନାମ' ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ଚାରା ବଣ୍ଟନ କରାଯାଇଥିଲା। ପରିବେଶ ସନ୍ତୁଳନ ଓ ପୃଥିବୀ ପୃଷ୍ଠରେ ମନୁଷ୍ୟର ଗୁଣାତ୍ମକ ଉଦବର୍ତ୍ତନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରିବେ ବୋଲି ଛାତ୍ରଛାତ୍ରୀମାନେ ଶପଥପାଠ ଗ୍ରହଣ କରିଥିଲେ। ବିଦ୍ୟାଳୟର ୟୁଥ୍ ଓ ୟୁକୋ କ୍ଲବର ଅଧିକାରୀ-ଶିକ୍ଷକ ଶେଲୀନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)