ବଗାଡ ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ।
କେସିଙ୍ଗା/ କେସିଙ୍ଗା ସମାଚାର/ ୨୮/୮( ମଧୁସୂଦନ ଠାକୁର) କେସିଙ୍ଗା ଏନ୍ଏସି ଅନ୍ତର୍ଗତ ଏକ ଓ ଦୁଇ ନମ୍ବର ୱାର୍ଡ ର ଜନସାଧାରଣ ଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବଗାଡ ର ପ୍ରତିଷ୍ଠିତ ଅନୁଷ୍ଠାନ ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସ୍ୱାସ୍ଥ୍ୟ ସଚେତନତା ଶିବିର କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ମେଡିକାଲ ଅଫିସର୍ ରବିନ୍ଦ୍ର ନାଥ ଖଟୁଆ ଉଦ୍ଘାଟିତ କରିଥିବା ବେଳେ , ଡକ୍ଟର ଝସକେତନ ସାହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।ବଗାଡ କେସିଙ୍ଗା ଏନ୍ ଏ ସି ରେ ରହିଥିଲେ ମଧ୍ୟ ଏକ ଗାଁ ପରିବେଶ ଭଳି ରହିଥିବା ବେଳେ ଏଭଳି ସ୍ୱାସ୍ଥ୍ୟ ଶିବିର ର ଆବଶ୍ୟକତା ରହିଥିଲା ।ଏହାକୁ ଆଖି ଆଗରେ ରହି କ୍ଲବ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିବା କହିଛନ୍ତି କ୍ଲବ ର ସଭାପତି ଧନୁ ଭୋଇ । ଅନ୍ୟମାନଙ୍କ ମଧ୍ୟରେ କ୍ଲବ ର ଗଙ୍ଗାଧର ବେହେରା , ରୁପିନ୍ ସାହୁ ,ଧରଣୀ ନାଏକ ,ରଞ୍ଜିତ୍ ସେଠ୍ ,ଚିତ୍ର ସେନ ନାଏକ ,ଗୌତମ ଛତର ,ବିଜମଲ୍ ସାହୁ ଙ୍କ ସମେତ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Wow
1
Sad
0
Angry
0
Comments (0)