ସତରେ କଣ କେସିଙ୍ଗା କୋଣାର୍କ ସୂତାକଳ ର ଭାଗ୍ୟୋଦୟ ହେବ ( ସୂତାକଳ ଖୋଲିବ ବୋଲି ସହରରେ ଚର୍ଚ୍ଚା ହେଉଛି)
କେସିଙ୍ଗା/ କେସିଙ୍ଗା ସମାଚାର,୨୭/୮(ମଧୁସୂଦନ ଠାକୁର) ଦୀର୍ଘ ଚାରି ଦଶନ୍ଧି ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ କଣ ସତରେ କଣ କାର୍ଯ୍ୟକ୍ଷମ ହେବ? କିଛି ଦିନ ହେଲାଣି ସୂତା କଳ ବହୁତ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସହରରେ ଚର୍ଚ୍ଚା ହେଉଛି।କିଏ କହୁଛି ଗୁଜୁରାଟ ର ଏକ ବେସରକାରୀ କମ୍ପାନୀ ଉକ୍ତ ବନ୍ଦ ପଡ଼ିଥିବା ସୂତାକଳ ରେ ପ୍ରାୟ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରି ପୁନରୁଦ୍ଧାର କରି ସୂତାକଳ ଚଳାଇବା କିଏ କହୁଛି ରାଜ୍ୟ ସରକାର ଅଞ୍ଚଳବାସୀ ଙ୍କ ଦୀର୍ଘ ଦିନର ଦାବୀ କୁ ସମ୍ମାନ ଜଣାଇ ସୂତାକଳ ର ପୁନରୁଦ୍ଧାର କରିବେ ।ହେଲେ ଉକ୍ତ ବିଷୟରେ ନା ସରକାରୀ ଦଳର କର୍ମକର୍ତ୍ତା ଙ୍କ ପାଖରେ ଖବର ଅଛି ନା ବିରୋଧୀ ଦଳରେ ଥିବା କର୍ମକର୍ତ୍ତା ଙ୍କ ପାଖରେ ଖବର ଅଛି।ହେଲେ କଥାରେ ଅଛି ବିନା ନିଆଁ ରେ ଧୁଆଁ ଉଠେ ନାହିଁ ଠିକ ସେହିପରି ସହରରେ କୋଣାର୍କ ସୂତାକଳ ବିଷୟରେ ଚର୍ଚ୍ଚା ହେବା ପରେ ଲାଗୁଛି କିଛି ଗୋଟେ କେସିଙ୍ଗା ହିତ ପାଇଁ ବଡ଼ ହେବ। ଚର୍ଚ୍ଚା ହେଉଛି ସତ ହେଲେ ସରକାରୀ ସ୍ତରରେ କିମ୍ବା ବେସରକାରୀ ଭାବେ କାହା ପାଖରେ ସଠିକ ଖବର ନାହିଁ । କୋଣାର୍କ ସୂତା କଳ ବିଷୟରେ ଲଢେଇ ଜାରି ରଖିଥିବା ସବୁ ସମୟରେ କୋଣାର୍କ ସୂତା କଳ ବିଷୟରେ ଚିନ୍ତା କରୁଥିବା କିଛି ସଚେତନ ନାଗରିକ ଙ୍କ କହିବା ଅନୁଯାୟୀ ଚଳିତ ମାସ ଶେଷ ଆଡ଼କୁ କୋଣାର୍କ ସୂତାକଳ ପୁନରୁଦ୍ଧାର ର ଘୋଷଣା ସହ କିଛି ବଡ଼ବଡିଆ ନେତା ଓ ଅଧିକାରୀ ସୂତାକଳ ଆସି ନିରୀକ୍ଷଣ କରିବେ ବୋଲି ଶୁଣିବାକୁ ମିଳୁଛି।
What's Your Reaction?
Like
3
Dislike
0
Love
0
Funny
0
Wow
1
Sad
0
Angry
0
Comments (0)