କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ 'ସ୍ୱଚ୍ଛତା ହିଁ ସେବା' ଅଭିଯାନ ଅନୁଷ୍ଠିତ
କେସିଙ୍ଗା/ କେସିଙ୍ଗା ସମାଚାର ୦୧/୧୦ (ମଧୁସୁଦନ ଠାକୁର): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ୱତନ୍ତ୍ର ସ୍ୱଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ଦିନ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୧୫ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିବା 'ସ୍ୱଚ୍ଛତା ହିଁ ସେବା ୨୦୨୬' ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ସାମୂହିକ ପ୍ରୟାସରେ କାର୍ଯ୍ୟରତ ଡାକ୍ତର, ନର୍ସ, ସୁରକ୍ଷା କର୍ମୀ ଏବଂ ସମସ୍ତ ପାରାମେଡିକାଲ୍ ଓ ଲ୍ୟାବ୍ କର୍ମଚାରୀମାନେ ଏକାଠି ହୋଇ ଡାକ୍ତରଖାନା ପରିସରକୁ ସଫା ସୁତୁରା କରିଥିଲେ। । ଏହି ସଫେଇ ଅଭଯାନ ରେ ମୁଖ୍ୟତଃ କେସିଙ୍ଗା ଡାକ୍ତରଖାନା ଅଧିକ୍ଷକ ଡାକ୍ତର ରବିନ୍ଦ୍ରନାଥ ଖଟୁଆ ଅଂଶଗ୍ରହଣ କରି କର୍ମଚାରୀ ମାନଂକୁ ଉତ୍ସାହିତ କରିଥିଲେ ।ଡାକ୍ତରଖାନା ପରିବେଶକୁ ସୁସ୍ଥ ଓ ପରିଷ୍କାର ରଖିବା ଦ୍ୱାରା ରୋଗୀମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରାଯାଇପାରିବ। ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ଏହି ଶ୍ରମଦାନ କେବଳ ଡାକ୍ତରଖାନା ପରିସରକୁ ସ୍ୱଚ୍ଛ କରିନାହିଁ, ବରଂ ସ୍ଥାନୀୟ ଜନସାଧାରଣଙ୍କୁ ନିଜ ପରିବେଶକୁ ପରିଷ୍କାର ରଖିବା ପାଇଁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଛି।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)