କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ ------- (ନାକଚ ହୋଇଥିବା ଅନୁଭବ ପଟ୍ଟନାୟକ ଙ୍କ ପ୍ରାର୍ଥୀପତ୍ର କାୟମ ରହିଲା)
କେସିଙ୍ଗା/କେସିଙ୍ଗା ସମାଚାର/୧୧/୪(ମଧୁସୂଦନ ଠାକୁର) ସଭାପତି ପଦ ପାଇଁ ନାକଚ ହିଏ ଥିବା କେସିଙ୍ଗା ମହାବିଦ୍ୟାଳୟ ର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ଙ୍କ ନାମାଙ୍କନ କାୟମ୍ କଲେ କେସିଙ୍ଗା ମହାବିଦ୍ୟାଳୟ ର ନିର୍ବାଚନ କମିଟି କର୍ତ୍ତୃପକ୍ଷ।ସୂଚନା ଅନୁଯାୟୀ ମୋବାଇଲ ମାଧ୍ୟମରେ ରେ କଥା କଟାକଟି କୁ ନେଇ ବିଜେପି ସମର୍ଥିତ ଛାତ୍ର ନେତା ଅଙ୍କିତ ପାଠକ ଅନୁଭବ ପଟ୍ଟନାୟକ ଙ୍କ ନାମରେ ୮ ତାରିଖରେ ଅଭିଯୋଗ କରିଥିଲେ ଅଭିଯୋଗ ଓ ପ୍ରମାଣ ଆଧାରରେ କେସିଙ୍ଗା ପୋଲିସ ଅନୁଭବ ଙ୍କ ନାଆରେ କେସ ରେଜେଷ୍ଟି କରିଥିଲେ।କଲେଜ ପକ୍ଷରୁ କେସିଙ୍ଗା ପୋଲିସ କୁ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢୁଥିବା ସମସ୍ତ ୧୮ ଜଣ ପ୍ରତିଦ୍ବନ୍ଦୀ ଙ୍କ କ୍ରିମିନାଲ ରେକର୍ଡ ମାଗିବାରୁ କେସିଙ୍ଗା ପୋଲିସ ପକ୍ଷରୁ ସମସ୍ତଙ୍କ ରେକର୍ଡ କଲେଜ କୁ ଦିଆଯାଇଥିଲା ସେଥି ମଧ୍ୟରୁ ଜଣେ ଅନୁଭବ ପଟ୍ଟନାୟକ ଙ୍କ ନାମରେ ୯ ତାରିଖରେ ଏକ କେସ ରୁଜୁ ହୋଇଥିବା ଚିଠିରେ ଲେଖା ଥିଲା ପୋଲିସ ରିପୋର୍ଟ କୁ ଆଧାର କରି କଲେଜ କର୍ତ୍ତୃପକ୍ଷ ଅନୁଭବ ଙ୍କ ନାମାଙ୍କନ ନାକଚ କରି ଦେଇଥିଲେ। ଏ ନେଇ କଲେଜ ର ଛାତ୍ର ଙ୍କ ସମେତ ବିଜେଡି ରେ ଅସନ୍ତୋଷ ଦେଖା ଦେଇଥିଲା।ଖବର ମିଳିବା ପରେ ନିଜେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ରାଜ୍ୟ ଛାତ୍ର ବିଜେଡି ର ଟାଣୁଆ ନେତା ଅଭୀନାସ ଠାକୁର କେସିଙ୍ଗା ଆସି କଲେଜ କୁ ଯାଇ ଅଧ୍ୟକ୍ଷ ଙ୍କ ସହିତ ଅନୁଭବ ପଟ୍ଟନାୟକ ଙ୍କ ନାମାଙ୍କନ ନାକଚ ବିଷୟରେ ଆଲୋଚନା କରି ମାନ୍ୟବର ସୁପ୍ରିମକୋର୍ଟ ଏବଂ ଲିଙ୍ଗଡୋ କମିଶନ ର ନିୟମ ଆଧାରରେ ନାମାଙ୍କନ କାୟମ କରିବାକୁ ଅନୁରୋଧ କରିଥିଲେ।କଲେଜ ଅଧ୍ୟକ୍ଷ ମଧ୍ୟ ଅନୁଭବ ପଟ୍ଟନାୟକ ଙ୍କ ନାମାଙ୍କନ ନାକଚ ବିଷୟରେ କଲେଜ ର ନିର୍ବାଚନୀ ଟିମ ଗ୍ରିଭେନ୍ସ ଲିଗାଲ ସେଲ ଓ ମାଜିଷ୍ଟ୍ରେଟ ଙ୍କ ସହିତ ଆଲୋଚନା କରି ଶେଷ ନିଷ୍ପତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶନିବାର ଦିନ କଲେଜ ପରିସରରେ ନାକଚ ପ୍ରସଙ୍ଗରେ ବହୁ ସମୟ ଧରି ମାନସ ମନ୍ଥନ ପରେ କଲେଜ ନିର୍ବାଚନୀ ଟିମ ଓ ଗ୍ରିଭେନ୍ସ ଲିଗାଲ ସେଲ ଅନୁଭବ ପଟ୍ଟନାୟକ ଙ୍କ ନାକଚ ପ୍ରାର୍ଥୀପତ୍ର କୁ କାୟମ କରିଥିଲେ। ୧୫ ତାରିଖ ଦିନ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।ନାକଚ ନାମାଙ୍କନ କୁ ନିୟମ ଅନୁସାରେ କାୟମ କରିଥିବାରୁ କେସିଙ୍ଗା କଲେଜ ନିର୍ବାଚନୀ ଟିମ କର୍ତ୍ତୃପକ୍ଷ କୁ କେସିଙ୍ଗା ବିଜେଡି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି।
What's Your Reaction?
Like
0
Dislike
0
Love
1
Funny
0
Wow
0
Sad
0
Angry
0
Comments (0)