କେସିଙ୍ଗା ରେ ଦୁଇ ଜଣ ନୂତନ ସିଆରସି ଙ୍କ ଦାଇତ୍ୱ ଗ୍ରହଣ
କେସିଙ୍ଗା/ କେସିଙ୍ଗା ସମାଚାର ୩/୧୦(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ନିର୍ଦ୍ଦେଶ କ୍ରମେ କେସିଙ୍ଗା ବ୍ଲକ ଅଧିନରେ ଥିବା ୧୩ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ମଧ୍ୟରୁ ଅକ୍ଟୋବର ୧ ତାରିଖ ଦିନ ଦୁଇ ଜଣ ନୂତନ ସଂଯୋଜକ ଦାଇତ୍ୱ ଗ୍ରହଣ କରିଛନ୍ତି।ଦାଇତ୍ୱ ଗ୍ରହଣ କରିଥିବା ଜଣ ସଂଯୋଜକ ହେଲେ ବୋରିଆ କ୍ଲଷ୍ଟର ପାଇଁ ନୀଳାମ୍ବର ସାହା ଓ କେସିଙ୍ଗା ଏନ୍ ଏ ସି ପାଇଁ ରୋହିତ କୁମାର ସାହୁ ଙ୍କୁ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି।ନୂତନ ଦାଇତ୍ୱ ଗ୍ରହଣ କରିଥିବା ସଂଯୋଜକ ମାନେ ନିଜ ଅଧୀନରେ ଥିବା ବିଦ୍ୟାଳୟ ଗୁଡ଼ିକ ରେ ଶିକ୍ଷା ର ମାନ ବଢ଼ାଇବା ସହିତ ବିଦ୍ୟାଳୟର ଉନ୍ନତି ଦିଗରେ କାମ କରିବେ ବୋଲି ଆଶା କରାଯାଉଛି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)