ପ୍ରେସ ଡେ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେସିଙ୍ଗା/କେସିଙ୍ଗାସମାଚାର,୪/୧୦(ମଧୁସୁଦନ ଠାକୁର) ଆସନ୍ତା ନଭେମ୍ବର ୧୬ ତାରିଖରେ ହେବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ପ୍ରେସଡେ ପାଳନ ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ୍ ବୃନ୍ଦାବନ ଇନ ଠାରେ ସଭାପତି ଦୟାନିଧି ସୁନାନୀ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଆସନ୍ତା ପ୍ରେସ ଡେ କୁ ମହାସମାରୋହ ରେ ପାଳନ କରିବା ପାଇଁ ସଭାପତି ଙ୍କ ସମେତ ସମସ୍ତ ସଦସ୍ୟ ଆଗ୍ରହ ପ୍ରକାଶ କରି ଆୟୋଜନ ର ରୂପରେଖ ଉପରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତିକୁ ଅନ୍ତିମ ରୂପ ଦିଆଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ର ସମ୍ପାଦକ ପ୍ରୀତେସ ପଟେଲ, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର , ମହମ୍ମଦ ଆଗାଜାନ , ସାଂଗଠାନିକ ସମ୍ପାଦକ ବିବେକ ଦାସ, ମନୋଜ ସିଂ, ଶିବ ପ୍ରସାଦ ସାହୁ, ସଂଗ୍ରାମ କେଶରୀ ଦେଓ, ସତ୍ୟ ମହାନନ୍ଦ, ତେଜ ରାଜ ସାହୁ, ପ୍ରସନ୍ନ ନାଏକ, ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
2
Dislike
0
Love
0
Funny
0
Wow
1
Sad
0
Angry
0
Comments (0)