କେସିଙ୍ଗା ରେ ନୂତନ ଡାକ୍ତରୀ କ୍ଲିନିକ୍ ଉଦଘାଟିତ --- ( ସେବାଦେବେ ଡାକ୍ତର ଇସିକା ଅଗ୍ରୱାଲ)
କେସିଙ୍ଗା/ କେସିଙ୍ଗା ସମାଚାର୧୧/୧୦(ମଧୁସୂଦନ ଠାକୁର) ରାଜ୍ୟର ସରକାରୀ ମେଡିକାଲ ମାନକର ବର୍ତ୍ତମାନ ର ହାଲାତ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିବା ବେଳେ ସେହି ହିସାବରେ ସାରା ରାଜ୍ୟରେ ଡାକ୍ତର ପର୍ଯ୍ୟାପ୍ତ ନ ଥିବାରୁ ଅଞ୍ଚଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।ଲୋକେ ଭଲ ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି ବରଂ ଲୋକଙ୍କୁ ଦରକାର ଭଲ ଚିକିତ୍ସା ଯାହାକି ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ସ୍ବପ୍ନ ହୋଇ ଯାଇଛି।ସହରର ସରକାରୀ ମେଡିକାଲ ରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନ ଥିବାରୁ ଲୋକେ ଆସ୍ତେ ଆସ୍ତେ ବେସରକାରୀ କ୍ଲିନିକ୍ ଆଡ଼କୁ ମୁହଁ କଲେଣି କେସିଙ୍ଗା ସହରରେ ଦୁଇ ତିନିଟି ବେସରକାରୀ ମେଡିକାଲ ଥିଲେ ମଧ୍ୟ ରବିବାର ଦିନ କେସିଙ୍ଗା ସହରର ପୋଲିସ ଷ୍ଟେସନ ପାଖରେ ଏକ ନୂତନ ଡାକ୍ତରୀ କ୍ଲିନିକ୍ ଉଦଘାଟିତ ହୋଇଛି ଯାହାକୁ କେସିଙ୍ଗା ର ବରିଷ୍ଠ ଚିକିତ୍ସକ ତଥା ବେସରକାରୀ ଉମା କ୍ଲିନିକ୍ ର ମାଲିକ ଡାକ୍ତର ବାବୁଲାଲ ଅଗ୍ରୱାଲ ଫିତା କାଟି ଉଦଘାଟନ କରିଥିଲେ।କ୍ଲିନିକ୍ ଟି ସପ୍ତାହର ୭ ଦିନ ଖୋଲା ରହିବା ସାଙ୍ଗରେ ସମସ୍ତ ରୋଗ ର ଚିକିତ୍ସା କରାଯିବ ବୋଲି କ୍ଲିନିକ୍ ରେ ସେବା ଦେବା ଡାକ୍ତର ଇସିକା ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଡାକ୍ତର ଇଶିକା କେସିଙ୍ଗା ମେଡିକାଲ ରେ ରାଜ୍ୟ ସରକାର ଙ୍କ କନଟ୍ରାକଟ ବେଶିସ ରେ ଅନେକ ଦିନ ଧରି ସେବା ଦେଉଥିଲେ।ଏବେ ନିଜ କ୍ଲିନିକ୍ ଖୋଲି ଲୋକଙ୍କୁ ୨୪ ଘଣ୍ଟା ସେବା ଦେବେ ବୋଲି ପ୍ରକାଶ କରିଛନ୍ତି।
What's Your Reaction?
Like
3
Dislike
0
Love
1
Funny
0
Wow
0
Sad
0
Angry
0
Comments (0)