କେସିଙ୍ଗା ରେ ‘ପ୍ରକାଶ ୩.୦’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ଦଶମ ଶ୍ରେଣୀର ୬୬ ଜଣ ଏ-୧ ଆକାଂକ୍ଷୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ

Oct 13, 2026 - 08:50
0 44
କେସିଙ୍ଗା ରେ ‘ପ୍ରକାଶ ୩.୦’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ଦଶମ ଶ୍ରେଣୀର ୬୬ ଜଣ ଏ-୧ ଆକାଂକ୍ଷୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ
କେସିଙ୍ଗା ରେ ‘ପ୍ରକାଶ ୩.୦’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ଦଶମ ଶ୍ରେଣୀର ୬୬ ଜଣ ଏ-୧ ଆକାଂକ୍ଷୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ

କେସିଙ୍ଗା/ କେସିଙ୍ଗାସମାଚାର ୧୩/୧୦(ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା ପ୍ରଶାସନର ଏକ ଅଭିନବ ପଦକ୍ଷେପ ସ୍ୱରୂପ ଆଗାମୀ ୨୦୨୭ ମସିହା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ଦିଗ୍‌ଦର୍ଶନ ଦେବା ଉଦ୍ଦେଶ୍ୟରେ କେସିଙ୍ଗାସ୍ଥିତ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’ କାର୍ଯ୍ୟକ୍ରମ ଆଜି ଅକ୍ଟୋବର ୧୨ ତାରିଖରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ୍‌ର ଦଶମ ଶ୍ରେଣୀର ୬୬ ଜଣ ଏ-୧ ଆକାଂକ୍ଷୀ ଛାତ୍ରଛାତ୍ରୀ, ୬୬ ଜଣ ଅଭିଭାବକ ଏବଂ ବ୍ଲକ୍‌ର ୩୦ ଜଣ ପ୍ରଧାନଶିକ୍ଷକ ଯୋଗଦାନ କରିଥିଲେ। ଆଗାମୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ହାସଲ କରିବା ସହ ଏ-୧ ଗ୍ରେଡ୍ ପ୍ରାପ୍ତି ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଅଧ୍ୟବସାୟ ଓ ନିଷ୍ଠା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଉଦ୍‌ଘାଟନୀ ଅଧିବେଶନରେ ସ୍ଥାନୀୟ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମାନନ୍ଦ ବରିହା ସଭାପତିତ୍ୱ କରିଥିବାବେଳେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ମୁଖ୍ୟ ଅତିଥି ଓ କେସିଙ୍ଗା ବ୍ଲକ୍‌ର ଭାରପ୍ରାପ୍ତ ବ୍ଲକ୍ ଶିକ୍ଷାଧିକାରୀ ସମ୍ପତି ଛୁରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ସନ୍ତୋଷ କୁମାର ରଥ ଓ ସରସ୍ୱତୀ ସାହୁ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷାଗତ ମାର୍ଗଦର୍ଶନ ଓ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିୟମିତ ପାଠପଢ଼ା, ସମୟର ସଦୁପଯୋଗ, ଉପଯୁକ୍ତ ପରୀକ୍ଷା ପ୍ରସ୍ତୁତି ଓ ଲକ୍ଷ୍ୟଭିତ୍ତିକ ଅଭ୍ୟାସ ପ୍ରତି ଅନୁପ୍ରାଣିତ କରାଯିବା ସହିତ ଅଭିଭାବକ, ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିରେ ସକ୍ରିୟ ସହଯୋଗ କରିବାକୁ ମଧ୍ୟ ଉତ୍ସାହିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୩ ଓ ୧୪ ତାରିଖରେ ମଧ୍ୟ ଜାରି ରହିବା ସହ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ ବିଷମତା ଓ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ସମ୍ପର୍କିତ ପ୍ରଶ୍ନୋତ୍ତର ସମ୍ପର୍କରେ ମାର୍ଗଦର୍ଶନ କରାଯିବ । କଳାହାଣ୍ଡି ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ସହ ଆଗାମୀ ଏଚ୍‌ଏସ୍‌ସି ପରୀକ୍ଷାରେ ଉନ୍ନତ ଫଳାଫଳ ହାସଲ ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User