କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଜାତୀୟ ପ୍ରେସଦିବସ ପାଳନ ( ଦୀର୍ଘ ବର୍ଷଧରି ନିଶ୍ଵାର୍ଥ ସେବା ପାଇଁ ଡାକ୍ତର ନିର୍ମଳ ଚନ୍ଦ୍ର ସାହୁ, କ୍ଷମାନିଧି ମହାକୁଡ଼, ଗଦାଧର ସିଂଦେଓ ସମ୍ମାନିତ)
କେସିଙ୍ଗା/ କେସିଙ୍ଗା ସମାଚାର ୧୬/୧୧(ମଧୁସୂଦନ ଠାକୁର) ଜାତୀୟ ପ୍ରେସ ଦିବସ ଉପଲକ୍ଷେ କେସିଙ୍ଗା ର ପ୍ରମୁଖ ସାମ୍ବାଦିକ ସଂଘ ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ବିଦ୍ୟାପୀଠ ଖେଳ ପଡିଆ ପରିସରରେ ଥିବା ମଞ୍ଚରେ ମହା ଆଡ଼ମ୍ବର ରେ ପାଳିତ ହୋଇ ଯାଇଛି। ସାମ୍ବାଦିକ ଙ୍କ ସୁରକ୍ଷା ସହିତ ସାମ୍ବାଦିକ ଙ୍କ ପେନସନ ବିଷୟରେ ଉପସ୍ଥିତ ସମସ୍ତ ଅତିଥି ନିଜ ନିଜ ମନ୍ତବ୍ୟ ପ୍ରକାଶ କରିଥିବା ବେଳେ ସତ୍ୟ ଆଧାରିତ ଖବର ପ୍ରସାରଣ ଓ ସମସ୍ୟା ଭିତ୍ତିକ ଖବର ପ୍ରସାରଣ ସାମ୍ବାଦିକ ର ମୁଖ୍ୟ ଲାଇନ ହେବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ କେସିଙ୍ଗା ରେ ବିଗତ ୩୬ ବର୍ଷ ଧରି ଲୋକଙ୍କ ସେବାରେ ସମର୍ପିତ ଥିବା ଅବସର ପ୍ରାପ୍ୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ ଚନ୍ଦ୍ର ସାହୁ, ବଣ ପାହାଡ ଘେରା ଅଞ୍ଚଳ ରେ ରହି ସେହି ଅଞ୍ଚଳର ପ୍ରମୁଖ ସମସ୍ୟା ସମ୍ପର୍କିତ ଖବର ସରକାର ଓ ଲୋକଲୋଚନ କୁ ଆଣୁଥିବା ଯୁବ ସାମ୍ବାଦିକ କ୍ଷମାନିଧି ମହାକୁଡ଼ ଓ କେସିଙ୍ଗା ଏନ୍ଏ ସି ରେ ବିଗତ ୨୦ ବର୍ଷ ଧରି ନିଜର ଟିମକୁ ଧରି ସହରର ମାଇଲା ସଫା କରାଉଥିବା ସଫେଇ ସୁପରଭାଇଜର ଗଦାଧର ସିଂଦେଓ ଙ୍କୁ ସମ୍ମାନିତ କରାଯାଇଥିଲା । ସଂଘ ର ସଭାପତି ଦୟାନିଧି ସୁନାନୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ସଂପାଦକ ପ୍ରୀତେସ ପଟେଲ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ନଗରପାଳ ନୃପ ରାଜ ଯାଦବ, ସାଂସଦ ପ୍ରତିନିଧି ବଣ୍ଟି ଜୈନ,ନର୍ଲା ବିଡ଼ିଓ ବିପିନ ଦୀପ,କେସିଙ୍ଗା ଏସ ଡି ପି ଓ ସନ୍ଦୀପ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର, ଯଯାତି କେଶରୀ ଦେଓ, ମହମ୍ମଦ ଆଗାଜାନ, ମନୋଜ ସିଂ, ସଂଗ୍ରାମ କେଶରୀ ଦେଓ, ଶିବପ୍ରସାଦ ସାହୁ, ବିବାକାନନ୍ଦ ଦାସ, ମନୋଜ ପୋଡ଼,ତେଜ ରାଜ ସାହୁ, ବଳରାମ ନାଏକ, ମଧୁସୂଦନ ଠାକୁର, ମାଧବ ସାହୁ କେଶବ ମେହେର, ପ୍ରସନ୍ନ ନାଏକ ଙ୍କ ସମେତ ମହାସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା ଜ୍ଞାନେନ୍ଦ୍ର ଭୋଇ କରିଥିବା ବେଳେ ଶେଷରେ ଛୋଟ ଛୋଟ କୁନିକୁନି ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମାନଛୁଆ ହୋଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)