ବିଦ୍ୟାଳୟ ପରିସରରେ ଥିବା ଗଛ କୁ ରାକ୍ଷୀ ବାନ୍ଧି ରାକ୍ଷୀ ପର୍ବ ପାଳନ କଲେ ଛାତ୍ରଛାତ୍ରୀ

Aug 28, 2026 - 21:43
0 10
ବିଦ୍ୟାଳୟ ପରିସରରେ ଥିବା ଗଛ କୁ ରାକ୍ଷୀ ବାନ୍ଧି ରାକ୍ଷୀ ପର୍ବ ପାଳନ କଲେ ଛାତ୍ରଛାତ୍ରୀ

କେସିଙ୍ଗା/ କେସିଙ୍ଗା ସମାଚାର ୨୮/୮(ମଧୁସୂଦନ ଠାକୁର) ସୁନିଶ୍ଚିତ ସଚେତନତା ଓ ସୁରକ୍ଷାର ଲକ୍ଷ୍ୟ ଆଧାରରେ ଜବାହର ଉଚ୍ଚ ବିଦ୍ୟାପୀଠ,ବାଲସି ପରିସରରେ ଏକ ଅଭିନବ ପ୍ରୟାସରେ “ଗଛ ଆମର ଜୀବନ, ଗଛ ଆମର ରକ୍ଷକ” ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ସହ ସୁସ୍ଥ ପରିବେଶ ଗଠନ ଓ ସୁରକ୍ଷା ଦିଗରେ ଧାରଣୀୟ ବିକାଶୋନ୍ନୁଖୀ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜେ ପ୍ରସ୍ତୁତ କରିଥିବା ରାକ୍ଷୀ ସ୍ନେହ ଓ ଶ୍ରଦ୍ଧାର ସହ ବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଔଷଧୀୟ ବୃକ୍ଷରାଜିମାନଙ୍କୁ ବାନ୍ଧି ଥିଲେ। ଏବଂ ପରେ 'ଏକ ପେଡ୍, ମାଁ କେ ନାମ' ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ଚାରା ବଣ୍ଟନ କରାଯାଇଥିଲା। ପରିବେଶ ସନ୍ତୁଳନ ଓ ପୃଥିବୀ ପୃଷ୍ଠରେ ମନୁଷ୍ୟର ଗୁଣାତ୍ମକ ଉଦବର୍ତ୍ତନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରିବେ ବୋଲି ଛାତ୍ରଛାତ୍ରୀମାନେ ଶପଥପାଠ ଗ୍ରହଣ କରିଥିଲେ। ବିଦ୍ୟାଳୟର ୟୁଥ୍ ଓ ୟୁକୋ କ୍ଲବର ଅଧିକାରୀ-ଶିକ୍ଷକ ଶେଲୀନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀ‌ମାନେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User