ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ - ୨୦୨୬ ପାଳନ

Aug 20, 2026 - 20:18
0 28
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ - ୨୦୨୬ ପାଳନ

କେସିଙ୍ଗକେସିଙ୍ଗାସମାଚାର୨୦/୮(ମଧୁସୂଦନଠାକୁର)ପ୍ରସିଦ୍ଧ ଯୁକ୍ତିବାଦୀ ତଥା ସମାଜ ସଂସ୍କାରକ ଡକ୍ଟର ନରେନ୍ଦ୍ର ଦାଭୋଲକରଙ୍କ ସ୍ମୃତିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ 'ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ- ୨୦୨୬' ପାଳନ ହୋଇଯାଇଛି। ସମାଜରୁ ଅନ୍ଧ ବିଶ୍ୱାସର ମୂଳୋତ୍ପାଟନ କରିବା ଏବଂ ସମସ୍ତଙ୍କ ମଧ୍ୟରେ ଏକ ସୁସ୍ଥ ବୈଜ୍ଞାନିକ ଚିନ୍ତାଧାରାର ପ୍ରସାର କରିବା ମୂଳ ଲକ୍ଷ୍ୟ ଆଧାରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ଛାତ୍ରୀମାନଙ୍କୁ ଵିଜ୍ଞାନ ସିଦ୍ଧାନ୍ତ ପର୍ଯ୍ୟବେସିତ ବିଭିନ୍ନ ଅଭିନବ କଳା ଓ କୌଶଳର ପ୍ରଦର୍ଶନ ଓ ପରୀକ୍ଷଣ ଉପସ୍ଥାପନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର କୌଶଳୀ କ୍ଲବର ଶିକ୍ଷକ କୁନା ସେଠୀ , ୟୁଥ୍ ଏବଂ ୟୁକୋ କ୍ଲବର ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, ଶିକ୍ଷକ ନିପେନ୍ଦ୍ର ବାଗ ଓ ଶିକ୍ଷକ ରାହୁଲ ମାଝୀ ସହଯୋଗ କରିଥିଲେ। ଏହି ଅବସରରେ ଆୟୋଜିତ ସଭାକୁ ସପ୍ତମ ଶ୍ରେଣୀର ଦୁଇ ଜଣ ଛାତ୍ରୀ ସୋନାକ୍ଷୀ ଠାକୁର ଓ ନେନା ସାହା ସଂଯୋଜନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User