ବେଣାୟତ ସମାଜ ପକ୍ଷରୁ ସ୍ବର୍ଗତ ରମେଶ କୁମାର ଜେନା ଙ୍କ ଦ୍ୱାଦଶ ଉପଲକ୍ଷେ ସ୍ମୁତି ଚାରଣ
କେସିଙ୍ଗା/ କେସିଙ୍ଗା ସମାଚାର,୨୦/୮(ମଧୁସୂଦନ ଠାକୁର) କଳାହାଣ୍ଡି ର ସାହିତ୍ୟ ଓ ସାଂସ୍କୃତିକ ପରିବେଶରେ ନିଜସ୍ଵ ପରିଚୟ ସୃଷ୍ଟି କରିଥିବା ସାରସ୍ଵତ ସ୍ରଷ୍ଟା, ସମାଜସେବୀ ତଥା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଓ କେସିଙ୍ଗା ଚେତାବନୀ ସାହିତ୍ୟ ସାଂସଦ ର ଉପସଭାପତି ସ୍ବର୍ଗତ ରମେଶ କୁମାର ଜେନା ଙ୍କ ଦ୍ୱାଦଶ ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବେଣାୟତ ସମାଜ ପକ୍ଷରୁ ସମାଜ ସଭାପତି ଝଡିଆ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇ ସମାଜ ପ୍ରତି ସ୍ବର୍ଗତ ରମେଶ କୁମାର ଜେନା ଙ୍କ ପ୍ରତିବଦ୍ଧତା , ନିଷ୍ଠା ଓ ଅବଦାନ ଉପରେ ତାଙ୍କୁ ମନେ ପକାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭବାନୀପାଟଣା ର ଧ୍ରୁବ ଚରଣ ପୋଲାଇ, ରଞ୍ଜନ ରାଉତ, ସୁଜିତ କୁମାର ସ୍ବାଇଁ, ଶିବ ପ୍ରସାଦ ସ୍ୱାଇଁ, ରାକେଶ କୁମାର ରାଉତ,ରାହୁଲ ରାଉତ, ଏମ ରାମପୁର ର ପୀତବାସ ପ୍ରଧାନ,ଗୋପୀ ନାହାକ, ଶିବ ରାମ ନାହାକ,ଶୁଭମ୍ ନାହାକ, ଝୁନା ନାହାକ, କୁନା ନାହାକ କୋରାପୁଟ ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଜୟପୁର ମଣ୍ଡଳ ର ରଜନୀ ପ୍ରଧାନ, କାଶୀନାଥ ମଲ୍ଲିକ, ଶିବରାମ ମଲ୍ଲିକ, ମହେଶ୍ୱର ସ୍ୱାଇଁ ସେମିଳିଗୁଡା ର ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)