କେସିଙ୍ଗା ନଗର କଂଗ୍ରେସ ପକ୍ଷରୁ ରାଜୀବଗାନ୍ଧୀ ଜୟନ୍ତୀ ପାଳନ

Aug 20, 2026 - 16:59
0 24
କେସିଙ୍ଗା ନଗର କଂଗ୍ରେସ ପକ୍ଷରୁ ରାଜୀବଗାନ୍ଧୀ ଜୟନ୍ତୀ ପାଳନ

କେସିଙ୍ଗା/ କେସିଙ୍ଗା ସମାଚାର୨୦/୮ ( ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର କଂଗ୍ରେସ କଂଗ୍ରେସ ପକ୍ଷରୁ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଭା ନଗର କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ଜୈନ ଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି । ଆଧୁନିକ ଓ ଶକ୍ତିଶାଳୀ ଭାରତ ଗଠନର ସ୍ୱପ୍ନ ଦେଖିଥିବା ମହାନ ଦୂରଦର୍ଶୀ ନେତା ରାଜୀବ ଗାନ୍ଧୀ ଙ୍କ ଜନ୍ମବାର୍ଷିକୀରେ କେସିଙ୍ଗା କଂଗ୍ରେସ ଟାଉନ୍ ସଭାପତି ସୁବାଷ ଜୈନଙ୍କ ନେତୃତ୍ୱରେ କେସିଙ୍ଗା କଂଗ୍ରେସର ସମସ୍ତ ନେତା ଓ କର୍ମୀ ଏକତ୍ରିତ ହୋଇ ରାଜୀବ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ସଦ୍‌ଭାବନା, ଏକତା, ପ୍ରଗତି ଓ ସମାନ ସୁଯୋଗର ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ସଦା ପ୍ରେରଣା ହୋଇ ରହିବ ବୋଲି ମତପ୍ରକାଶ ପାଇଥିଲା।ରାଜୀବ ଗାନ୍ଧୀ ଅମର ରହେ ରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ରାମକୁମା ର ଜୈନ ,ରାମଜୀ ମାତଖଣ୍ଡିଆ ,ପୂର୍ବତନ ନଗର ସଭାପତି ଦୟାସାଗର ସାହା,ପ୍ରତାପ ବାଗ ,ଧରଣୀ ନାୟକ, ବସନ୍ତ ନାୟକ,ବିଶ୍ୱାସୀ ନାୟକ,ଋଷିରାଜ୍ ଗୌଡ, ମୋତି କୈବର୍ତ୍ତ,ନବୀନ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User