କେସିଙ୍ଗା ବ୍ଲକ ରେ ସମିତି ବୈଠକ ଅନୁଷ୍ଠିତ ବିଭିନ୍ନ ସମସ୍ୟା ଉପରେ ହେଲା ଆଲୋଚନା ( ବିଭିନ୍ନ ବିଭାଗର ଅଧିକାରୀ ଙ୍କ ଅନୁପସ୍ଥିତି କୁ ନେଇ ଉଦବେଗ ପ୍ରକାଶ)

Aug 21, 2026 - 16:43
0 44
କେସିଙ୍ଗା ବ୍ଲକ ରେ ସମିତି ବୈଠକ ଅନୁଷ୍ଠିତ ବିଭିନ୍ନ ସମସ୍ୟା ଉପରେ ହେଲା ଆଲୋଚନା  (  ବିଭିନ୍ନ ବିଭାଗର ଅଧିକାରୀ ଙ୍କ ଅନୁପସ୍ଥିତି କୁ ନେଇ ଉଦବେଗ ପ୍ରକାଶ)

କେସିଙ୍ଗା/ କେସିଙ୍ଗା ସମାଚାର/୨୧/୮(ମଧୁସୂଦନ ଠାକୁର) କେସିଙ୍ଗା ବ୍ଲକ ର ୧୧ ତମ ସମିତି ବୈଠକ ଇତି ମଧ୍ୟରେ ଶୁକ୍ରବାର ଦିନ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି।ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବର କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ଏବିଡ଼ିଓ ସିଦ୍ଧେଶ୍ୱର ମେହେର, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଆନନ୍ଦ କୁମାର ମଣ୍ଡଳ, ଜିଡିପିଓ ସମୀର ନାଏକ ପ୍ରମୁଖ ମଞ୍ଚାଷିନ ଥିବା ବେଳେ କେସିଙ୍ଗା ବ୍ଲକ ର ସମସ୍ତ ସମିତି ସଭ୍ୟ/ ସଭ୍ୟା ସରପଞ୍ଚ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକରେ ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଛି ଦିନ ପୂର୍ବରୁ କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି, ସୀର୍ଜାପାଲି ଓ ଆଖପାଖ ଗ୍ରାମ ପଞ୍ଚାୟତ ରେ ହୋଇଥିବା ବନ୍ୟା ରେ କ୍ଷତିଗ୍ରସ୍ତ ଅଞ୍ଚଳ ରେ କଣ କଣ ଅସୁବିଧା ରହିଥିଲା ଓ ରହିଛି ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ପାଇଁ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ସହିତ ଅନୁରୋଧ ମଧ୍ୟ କରିଥିଲେ।ପରେ ବିଦ୍ୟୁତ୍ ବିଭାଗର ଅଧିକାରୀ ବ୍ୟତୀତ ଅନ୍ୟ କିଛି ବିଭାଗର ଅଧିକାରୀ ଙ୍କ ଅନୁପସ୍ଥିତି କୁ ନେଇ ଉପସ୍ଥିତ ଜନ ପ୍ରତିନିଧି ଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଅଧିକାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ କହିଥିଲେ।ପରେ କିଛି ସମୟ ଯିବା ପରେ କେସିଙ୍ଗା ବିଦ୍ୟୁତ୍ ବିଭାଗର ଏସ ଡି ଓ ଆସି ବୈଠକରେ ଯୋଗ ଦେବାପରେ ଉତ୍କେଲା ସମିତିସଭ୍ୟ, ପାଷ୍ଟି କୁଡ଼ି ସମିତିସଭ୍ୟା ଓ ତୁଣ୍ଡଲା ସରପଞ୍ଚ ବିଦ୍ୟୁତ୍ ବିଭାଗର ଅଧିକାରୀ ଙ୍କୁ ନିଜ ଅଞ୍ଚଳର ସମସ୍ୟା ଓ ବିଦ୍ୟୁତ୍ ବିଭାଗର ମାନମାନି ଓ ଅସହଯୋଗ ବିଷୟରେ ଅନେକ ପ୍ରଶ୍ନ କରି ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ।ବିଦ୍ୟୁତ୍ ବିଭାଗର ଅଧିକାରୀ କିଛି ସମସ୍ୟା ୭ ଦିନ ମଧ୍ୟରେ ସମାଧାନ କରାଯିବା ର ପ୍ରତିଶ୍ରୁତି ଦେବା ସହିତ ସମସ୍ତ ସମସ୍ୟା ର ସମାଧାନ ଯଥା ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପରେ ଅନ୍ୟାନ୍ୟ ବିଷୟ ଓ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User