୩୨ ତମ ଜାତୀୟ ଶିଶୁବିଜ୍ଞାନ କଂଗ୍ରେସ ରେ ସଫଳତାର ସହିତ ଅଂଶଗ୍ରହଣ କରିବା ପାଇଁ ମାନସ ମନ୍ଥନ
କେସିଙ୍ଗା/ କେସିଙ୍ଗା ସମାଚାର/ ୨୪/୮(ମଧୁସୂଦନ ଠାକୁର)ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ସମସ୍ୟା ସମାଧାନ କୌଶଳ ବିକଶିତ କରିବା ପାଇଁ ଆରମ୍ଭ ହୋଇଥିବା ଏକ ଜାତୀୟ ସ୍ତରର ବିଜ୍ଞାନ ଆନ୍ଦୋଳନ ତଥା ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ସଫଳତାର ସହ ଅଂଶଗ୍ରହଣ କରିବାର ଲକ୍ଷ୍ୟ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ଏକ ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ କେସିଙ୍ଗା, ଆନନ୍ଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ସଂଯୋଜକ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ , ରବିନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସାଧନକର୍ମୀ ତଥା ପ୍ରଧାନଶିକ୍ଷକ,ପ୍ରକାଶ ନିଶାଙ୍କ,ସରକାରୀ ଉଚ୍ଚ ବିଦ୍ୟାଳୟ, ବୋର୍ଡା, ଜତିନ୍ କୁମାର ପଧାନ, ପ୍ରଧାନ ଶିକ୍ଷକ ପିଏମ୍. ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଟୁଣ୍ଡଲା, ଜତିନ୍ଦ୍ର କୁମାର ପ୍ରଧାନ ,ପ୍ରଧାନ ଶିକ୍ଷକ,ସରକାରୀ ଉଚ୍ଚ ବିଦ୍ୟାଳୟ, ଚାଞ୍ଚେର୍ ଏବଂ ହେମନ୍ତ କୁମାର ବାଗ,ପ୍ରଧାନ ଶିକ୍ଷକ ପିଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅବସରରେ କେସିଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ କିପରି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି କରିବେ ସେ ସମ୍ପର୍କରେ ରବିନ୍ଦ୍ର କୁମାର ପଟ୍ଟନାୟକ ଓ ପ୍ରକାଶ ନିଶାଙ୍କ ବିଶଦ ଆଲୋଚନା କରିଥିଲେ। ଏହା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ,କେସିଙ୍ଗା ଆନନ୍ଦ କୁମାର ବେହେରାଙ୍କ ସଭାପତିତ୍ବରେ କେସିଙ୍ଗା ବ୍ଲକ ସ୍ତରୀୟ ବିଜ୍ଞାନ ମଞ୍ଚର ଗଠନ କରାଯିବା ସହ ସଂଗଠିତ କାର୍ଯ୍ୟଧାରା ନିମନ୍ତେ ବିଭିନ୍ନ କର୍ମକର୍ତ୍ତାମାନଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜି.କ୍ରିଷ୍ଣା ରେଡି ସଂଯୋଜନା କରିଥିବା ବେଳେ ହେମନ୍ତ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)