ଶ୍ରାବଣ ର ଶେଷ ସୋମବାର ଶିବାଳୟ ମାନଙ୍କରେ ପ୍ରବଳ ଭିଡ଼
କେସିଙ୍ଗା/ କେସିଙ୍ଗା ସମାଚାର ୨୪/୮(ମଧୁସୂଦନ ଠାକୁର) ଦେଖୁ ଦେଖୁ ସରିଗଲା ଶ୍ରାବଣ ମାସର ଚାରି ସୋମବାର ।ଶେଷ ସୋମବାର ରେ କେସିଙ୍ଗା ବ୍ଲକ ରେ ଥିବା ତେଲ ଓ ଉତେଇ ନଦୀ ସଙ୍ଗମ ସ୍ଥଳୀ ରେ ଥିବା ବେଳଖଣ୍ଡି ର ସପ୍ତମାତୃକା ଶିବ ମନ୍ଦିର , ଗୁର୍ଜୀମୁଣ୍ଡା ରେ ଥିବା ଐତିହାସିକ ଶିବ ଗୁମ୍ଫା, ଡଙ୍ଗରମୁଲି ରେ ଥିବା ଶୈବପୀଠ, କେସିଙ୍ଗା ମଧ୍ୟ ଭାଗରେ ଥିବା ପାହାଡ଼ ଉପର ର ଧବଳେଶ୍ଵର ପୀଠ, କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବମନ୍ଦିର, କେସିଙ୍ଗା କୋଣାର୍କ ସୂତାକଳ ପାଖରେ ଥିବା ଶିବମନ୍ଦିର, କନ୍ତେସିର ଶିବମନ୍ଦିର, ଅମାଠଗଡ ରେ ହାତୀ ନଦୀ କୂଳରେ ଥିବା ଶିବମନ୍ଦିର ରେ କାଉଡ଼ିଆ ଓ ଭକ୍ତ ମାନଙ୍କର ନାହି ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା।ଭିଡ଼ କୁ ଦୃଷ୍ଟି ରେ ରଖି ସମସ୍ତ ମନ୍ଦିର କମିଟି ପକ୍ଷରୁ ଭକ୍ତ ଓ କାଉଡ଼ିଆ ମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ସୁବନ୍ଦୋବସ୍ତ ସହିତ ବିଭିନ୍ନ ମନ୍ଦିରରେ ହବିଷ ଅର୍ଣ୍ଣ ର ମଧ୍ୟ ବ୍ୟବସ୍ଥା କରାଯାଇ ଥିଲା।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)