କେସିଙ୍ଗା ଏନ୍ ଏ ସି ରେ ଡେଙ୍ଗୁ ମଶା ପାଇଁ ଔଷଧ ସିଞ୍ଚନ
କେସିଙ୍ଗା,୫/୮(କେସିଙ୍ଗା ସମାଚାର) କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏନ୍ ଏ ସି ର ୧୨ ଗୋଟି ୱାର୍ଡ ରେ ଥିବା ଜନସାଧାରଣ ଙ୍କୁ ଡେଙ୍ଗୁ ମଶା ଙ୍କ ଦାଉରୁ ରକ୍ଷା କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଟେମିଫୋସ ଔଷଧ ସିଞ୍ଚନ ଆରମ୍ଭ ହୋଇଛି ।୧୨ ଗୋଟି ୱାର୍ଡ ପାଇଁ ଏନ୍ ଏ ସି ପକ୍ଷରୁ ୬ ଜଣ ସ୍ପ୍ରେ କର୍ମଚାରୀ ଓ ୧୨ ଜଣ ଆଶା କର୍ମୀଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି।ସେମାନେ ୱାର୍ଡ ୱାର୍ଡ ବୁଲି ପ୍ରତ୍ୟେକ ନାଳ ନର୍ଦ୍ଦମା ସମେତ ଦୀର୍ଘଦିନ ଧରି ପାଣି ଜମି ରହିଥିବା ସ୍ଥାନରେ ଔଷଧ ସିଞ୍ଚନ କରିବେ।ଏନେଇ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ରୁ ଆଦେଶ ବାହାରି ଦାଏତ୍ୱରେ ଥିବା କର୍ମଚାରୀ ଓ ଆଶା କର୍ମୀ ଙ୍କ ନାମ ସହିତ ଆଜି (ବୁଧବାର) ଠାରୁ ମୌସୁମୀ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ସପ୍ତାହର ବୁଧବାର ଦିନ ଡେଙ୍ଗୁ ଔଷଧ ସିଞ୍ଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେସିଙ୍ଗା ରୁ ମଧୁସୂଦନ ଠାକୁର ଙ୍କ ରିପୋର୍ଟ
What's Your Reaction?
Like
2
Dislike
0
Love
0
Funny
0
Wow
1
Sad
0
Angry
0
Comments (0)