ବାଗାଡ ସାହୁପଡ଼ା ପ୍ରହରୀ ମଣ୍ଡପରେ ଭାଗବତ ପରାୟଣ ଅନୁଷ୍ଠିତ
କେସିଙ୍ଗା/କେସିଙ୍ଗା ସମାଚାର( ମଧୁସୂଦନ ଠାକୁର) ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କେସିଙ୍ଗା ୱାର୍ଡ ନଂ ୧ ସାହୁପଡ଼ା ମହିଳା ମଣ୍ଡଳୀ ଙ୍କ ସହଯୋଗ ରେ ପାଖରେ ଥିବା ପ୍ରହରୀ ମଣ୍ଡପରେ ଦୁଇ ଦିନିଆ ଭାଗବତ ପରାୟଣ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ପରାୟଣ କାର୍ଯ୍ୟକ୍ରମ ରେ ଭାଗବତ ଗାୟିକା ଭାବରେ ବିନ୍ଧାଣି ଗ୍ରାମର କୌଶଲ୍ୟା ସାହୁ ଯୋଗ ଦେଇ ଦୁଇ ଦିନ ଧରି ଭାଗବତ କଥାମୃତ ଶୁଣାଇ ଥିଲେ।ଶହ ଶହ ସଂଖ୍ୟାରେ ପଡ଼ା ବାସୀ ଭାଗବତ କଥାମୃତ ଶୁଣିବା ସହିତ ଜନ୍ମାଷ୍ଟମୀ ଧୁମ୍ ଧାମରେ ପାଳନ ହୋଇଥିଲା।ସମସ୍ତ ପଡ଼ାବାସୀ ଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଟି ଆୟୋଜିତ ହୋଇ ଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)