ସଚେତନ ନାଗରିକମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ
କେସିଙ୍ଗା/କେସିଙ୍ଗାସମାଚାର ୧୫/୮( ମଧୁସୂଦନ ଠାକୁର ) ସଚେତନ ନାଗରିକ ମଞ୍ଚ କେସିଙ୍ଗା ସଂଗଠନ ନିଜ କାର୍ଯ୍ୟାଳୟ ପରିସରରେ ଆଜି ୮୦ ତମ ସ୍ୱାଧୀନତା ଦିବସ ପାଳନ କରିଛି l ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଗୋବିନ୍ଦ ବନଛୋର ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ l ସଭାପତି ମହୋଦୟ ନିଜର ଅଭିଭାଷଣରେ ସ୍ୱାଧୀନତା ଆନ୍ଦୋଳନର ମହାନ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ସ୍ମୃତିଚାରଣ କରିସାରିବା ପରେ ସଂଗଠନ ଦ୍ୱାରା କିପରି କେସିଙ୍ଗା ଅଞ୍ଚଳବାସୀଙ୍କ ଉନ୍ନତିରେ ଏକ ମାଇଲ ଖୁଣ୍ଟ ହୋଇପାରିବ ଏବଂ ଚତୁଃକୋଣୀ ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ସେସମସ୍ତ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ, ରଘୁରାଜ ସିଂହ ସାଧାରଣ ସମ୍ପାଦକ ଟିକେମନ ଦୀପ ଉପଦେଷ୍ଟା ଜାକିର ହୁସେନ, ପ୍ରଶାନ୍ତ ବାନାର୍ଜୀ, ଶ୍ରୀନିବାସ ନାଇଡ଼ୁ ସଂଗଠନ ମେଡ଼ିଆ ସେଲ ମୁଖ୍ୟ ଦୟାନିଧି ସୁନାନୀ, ମହମ୍ମଦ ଆଗାଜାନ ସହ କୋଷାଧକ୍ଷ ଚମ୍ପକ ସାହା କାର୍ଯ୍ୟକାରୀ ସଦସ୍ୟ ନୀଳ ମହଲା, ରିଷଭ ଜୈନ, ରଞ୍ଜନ ବେହେରା,ଶେଷଦେବ ମାଝୀ, ଅନିଲ ଜୈନ, ବଂଶୀପାଣି ସାହା, ରମେଶ ପ୍ରଧାନ ପ୍ରମୁଖ କର୍ମକର୍ତ୍ତାଗଣ ଏହି ପାଳନ ଉତ୍ସବରେ ଉପସ୍ଥିତ ଥିବା ସଂଗଠନ ମେଡ଼ିଆ ସେଲ ମୁଖ୍ୟ ଦୟାନିଧି ସୁନାନୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି l
What's Your Reaction?
Like
2
Dislike
0
Love
0
Funny
0
Wow
1
Sad
0
Angry
0
Comments (0)