ଅଟୋ ରିକ୍ସା ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଧରିଲା ଅବକାରୀ ବିଭାଗ ( ୧୦୦ କେଜି ଗଞ୍ଜେଇ ସହ ଏକ ପିସ୍ତଲ ୫ ଅଫୁଟା ଗୁଳି ଜବତ)
କେସିଙ୍ଗା/ କେସିଙ୍ଗାସମାଚାର ୨୮/୧୦(ମଧୁସୂଦନ ଠାକୁର) ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅବକାରୀ ଥାନା ଓ.ଆଇ.ସି. ମଳୟ କୁମାର ପ୍ରଧାନ ଙ୍କ ନେତୃତ୍ୱରେ କେସିଙ୍ଗା ବ୍ଲକ ର ଅମାଠ ଛକ ରୁ ଜାତୀୟ ରାଜପଥ ୫୯ ମଦନପୁର ରାମପୁର ଯିବା ରାସ୍ତା ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପଲମ ଛକ ପାଖରେ ଥିବା ଟୋଲଗେଟ ନିକଟରେ ଏକ ଅଟୋ ରିକ୍ସା କୁ ଯାଞ୍ଚ କରିବାରୁ ଅଟୋ ରିକ୍ସା ଭିତରୁ ୧୦୦ କେଜି ଗଞ୍ଜେଇ ଓ ଗୋଟିଏ ପିସ୍ତଲ ଓ ୫ ଟି ଅଫୁଟା ଗୁଳି, ଗୋଟିଏ ମୋବାଇଲ ଫୋନ ଓ ଅଟୋରିକ୍ସା ଜବତ ହୋଇଛି।ଜବତ ଗଞ୍ଜେଇ ର ବଜାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ଆକଳନ କରିଛି ଅବକାରୀ ବିଭାଗ। ଗଞ୍ଜେଇ ଚାଲାଣ ଓ ପିସ୍ତଲ ରଖିଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ଗିରଫ ଦୁଇ ଜଣ ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟର ଶ୍ରୀରାମ ଗୌଡ଼ (୩୦),ବଲାଙ୍ଗିର ଜିଲା ତୁଷୁରା ପାଖ ଭୁଆଁପଡା ଗ୍ରାମର ଭୋଳା ହରପାଳ (୩୫) ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଛି।ଏହି ଚଢ଼ାଉ ରେ କେସିଙ୍ଗା ଅବକାରୀ ଥାନାର ଓ. ଆଇ. ସି. ମଳୟ କୁମାର ପ୍ରଧାନ ଙ୍କ ବ୍ୟତୀତ ଅବକାରୀ କନେଷ୍ଟବଳ ସିଆରୀ ହରିଜନ,ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ,କୀର୍ତ୍ତି ଜେନା ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)