ଦଶହରା ର ତୃତୀୟ ଦିନ ମାଁ ଦୁର୍ଗା ଙ୍କ ଚନ୍ଦ୍ରଘଣ୍ଟା ରୂପ
କେସିଙ୍ଗା/କେସିଙ୍ଗା ସମାଚାର/୧୧/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଥିବା ନବରାତ୍ର ର ତୃତୀୟ ଦିନରେ ମାଁ ଦୁର୍ଗା ଙ୍କ ଚନ୍ଦ୍ରଘଣ୍ଟା ବେଶକୁ ପୂଜା କରାଯାଇ ଥାଏ ।ପୌରାଣିକ ଆଖ୍ୟାନ ମତେ ତୃତୀୟ ଦିନ ମାଁ ଙ୍କ କପାଳ ରେ ଅର୍ଦ୍ଧଚନ୍ଦ୍ର ଘଣ୍ଟା ଆକୃତିର ଥାଏ ତେଣୁ ମାଁ ଙ୍କ ନାମ ଚନ୍ଦ୍ରଘଣ୍ଟା ଭାବରେ ନାମିତ ରହିଛି।ମାଁ ୧୦ ହାତ ,୧୦ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ବାଘ ଉପରେ ବସିଥାନ୍ତି।ଶରୀରର ରଙ୍ଗ ସୁନେଲି ଦେଖାଯାଉଥାଏ।ଆଜିର ଦିନରେ ମାଁ ଙ୍କୁ ପୂଜା କଲେ ଶାନ୍ତି ଓ ସାହାସ ମିଳିବା ସହିତ ମନରୁ ଭୟ ମଧ୍ୟ ଦୂର ହୋଇଥାଏ।ଘଣ୍ଟା ର ଶବ୍ଦ ରେ ସବୁ ନକାରାତ୍ମକ ଶକ୍ତି ଓ ରାକ୍ଷାସ ଦୂର ହୋଇ ଯିବାର ମଧ୍ୟ ଉଳେକ୍ଷ ଅଛି।ବୈବାହିକ ଜୀବନ ସୁଖ ଓ ପରିବାର ରେ ଶାନ୍ତି ଆସେ।ଆଜି ମାଁ ଚନ୍ଦ୍ରଘଣ୍ଟା ଙ୍କ ପାଖରେ କ୍ଷୀର ଓ ଦୁଗ୍ଧ ରୁ ତିଆରି ମିଠା ଭୋଗ ଲଗାଯାଏ।** ଜୟ ମାଁ ଚନ୍ଦ୍ରଘଣ୍ଟା**
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)