ଲଇତରା ଉଚ୍ଚ ବିଦ୍ୟାମନ୍ଦିର ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ

Nov 02, 2026 - 22:06
0 85
ଲଇତରା ଉଚ୍ଚ ବିଦ୍ୟାମନ୍ଦିର ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ

କେସିଙ୍ଗା/ କେସିଙ୍ଗାସମାଚାର ୨/୧୧(ମଧୁସୂଦନ ଠାକୁର) କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହା ଆଡମ୍ବରରେ ଲଇତରା ଉଚ୍ଚ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।ଉଦ୍ଘାଟନୀ ସଭା ପ୍ରଧାନ ଶିକ୍ଷକ ଲମ୍ବୋଦର ପୋଢ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର କୁ ଦୋରା ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ କୁଶ ଚନ୍ଦ୍ର ସାହୁ ସିଆରସିସି ଆଶୁତୋଷ ଭୋଇ, ନୋଡାଲ ସିଆରସିସି ରୋହିତ୍ କୁମାର ସାହୁ ଉପସ୍ଥିତ ଥିଲେ । ସେହିପରି ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ଧନେଶ୍ୱର ସାହୁ,ବିଶିଷ୍ଟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ପତି ଛୁରା ଓ ସୋମନାଥ ମଙ୍ଗରାଜ ,ସମ୍ମାନିତ ଅତିଥି ଭାବେ କଶ୍ରୁପଡ଼ା ସିଆରସିସି ଗୋବିନ୍ଦ ବାଗ୍, ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ, ଅଭିନେତା ନଳିନୀ ଦାଶ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ୧୧ ଟି ବିଦ୍ୟାଳୟ ରୁ ପ୍ରାୟ ୧୮୦ ଟି ପ୍ରତିଯୋଗୀ, ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳର ଅଧିକାଂଶ ଅଭିଭାବକ ଯୋଗ ଦେଇଥିଲେ ।ସମୟ ୧୧ ଘଣ୍ଟାରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇ ।ପ ଅପରାହ୍ନ ୩ ଘଣ୍ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଷ୍ଣୁ ଭାଟି, ଧନିଷ୍ଟ ସୁନା, କ୍ଷୀରସିନ୍ଧୁ ଶବର, ତାପସ ମହଲା,ପ୍ରଫୁଲ୍ଲ ବିଶି, ବିଶ୍ୱଜିତ୍ ପୋଡ, ଚନ୍ଦ୍ରଶେଖର ନାୟକ,ଅମରେଶ ବିଶି,ଦିନେଶ ନନ୍ଦ, ଆଲୋକ ଯୋଶୀ, ରୋହିତ୍ ପୋଡ, ମଳୟ ରାଉତ,ବିକାଶ କମ୍ପ,ଦେବାଶିଷ ପାଣ୍ଡିଆ ,ଶିକ୍ଷୟିତ୍ରୀ ବନ୍ଦନା ଦାଶ,ଭାନୁମତୀ ଚୌହାନ, ଅରୁନ୍ଧତୀ ବିଶ୍ୱାଳ,ଗାୟତ୍ରୀ ଭୋଇ,ଅହଲ୍ୟା ସିଆଲ, ଧୀରବତି ମାଝୀ, ମୋନାଲି ପ୍ରିୟଦର୍ଶିନୀ,ସୁଶୋଭିତା ବଳିଆର ସିଂ , ଗୀତାଞ୍ଜଳି ପ୍ରଧାନ, ନଳିନୀପ୍ରଭା ନାଗ,ସନ୍ଧ୍ୟାରାଣୀ ପ୍ରତିହାରୀ କର୍ମକର୍ତ୍ତା ଲାଭ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପଦ୍ମାବତୀ ଓଝା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା ।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସିଆରସିସି ତପନ କୁମାର ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଲିସା ରାଣୀ ଦାସ ଓ କୁଶ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User