ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେସିଙ୍ଗା/ କେସିଙ୍ଗାସମାଚାର 5/9(ମଧୁସୂଦନ ଠାକୁର ):-ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ ଡିଆଟନ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଧୂମଧାମରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁନାଲତା ପଟ୍ଟାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି, ଶିକ୍ଷକ ନରୋତ୍ତମ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।ବରିଷ୍ଠ ସଭ୍ୟା ଗୀତାଞ୍ଜଳି ଭୋଇ ସ୍ୱାଗତ ଭାଷଣ ଓ କବି ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିଲେ।ଛାତ୍ରଛାତ୍ରୀ,ଗୁରୁଜୀ ଗୁରୁମାଙ୍କ ଦ୍ୱାରା ସର୍ବ ପ୍ରଥମେ ଗୁରୁ ପୂଜନ କରାଯାଇଥିଲା।ଏହି ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ହଳଧର ସାହା,ଆଦର୍ଶ ଶିକ୍ଷକ ଗୋପୀନାଥ ମିଶ୍ରଙ୍କୁ ସ୍ମୃତି ଫଳକ,ଉପଡଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଓ ନିର୍ଝରିଣୀ କଣ୍ଟାବାଞ୍ଜି ତରଫରୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିରଞ୍ଚି ଖର୍ସେଲ, ସମସ୍ତ ଗୁରୁଜୀ ଗୁରୁମା,ଅଭିଭାବକ ଯୋଗ ଦେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)