ୟଙ୍ଗବ୍ଲଡ଼ ପବ୍ଲିକସ୍କୁଲ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟଘାଟ ( ଭାଇଚାରା କଳା ସସ୍କୃତି ଓ ପରମ୍ପରାର ଦେଖିବାକୁ ମିଳିଲା ଅପୂର୍ବ ସଙ୍ଗମ)
କେସିଙ୍ଗା/ କେସିଙ୍ଗାସମାଚାର ୨୬/୯(ମଧୁସୂଦନ ଠାକୁର) ଇତି ମଧ୍ୟରେ ପଶ୍ଚିମଓଡ଼ିଶା ର ଗଣପର୍ବ ନୂଆଁଖାଇ ପର୍ବ ସରିଯାଇଥିଲେ ମଧ୍ୟ ନୂଆଁଖାଇ ପରେ ଭେଟଘାଟ ପର୍ବ ସରିନାହିଁ ପଶ୍ଚିମ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ଗାଆଁ ଠୁ ଆରମ୍ଭ ହୋଇ ସହରରେ ଆଜି ପର୍ଯ୍ୟନ୍ତ ଭେଟ ଘାଟ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ଲଘୁଚାପ ଜନିତ ବର୍ଷା ପ୍ରଭାବରେ କାର୍ଯ୍ୟକ୍ରମ କିଛି ସ୍ଥାନରେ ଫିକା ପଡ଼ିଥିଲେ ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ର କଳା ସସ୍କୃତି ଓ ପୁରୁଣା ପରମ୍ପରା ର ଅପୂର୍ବ ସଙ୍ଗମ ଦେଖିବାକୁ ମିଳୁଛି।ସେହି ମର୍ମରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଶନିବାର ଦିନ ସହରର ପ୍ରଥମ ବେସରକାରୀ ଶିକ୍ଷାନୁଷ୍ଠାନ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ଓ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ୱାଇ ବି ପି ଏସ ସ୍କୁଲ ପରିସରରେ ଏକ ଭବ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇ ଦେଖାଯାଇଥିଲା ଭାଇ ଚାରାର ଅପୂର୍ବ ମହା ମିଳନ ।ବି ଏସ ଏ ର ସଭାପତି ସୁଶାନ୍ତ ମହାପାତ୍ର ଓ ବିଦ୍ୟାଳୟ ର ପ୍ରିନସପାଲ ଦୀପ୍ତିରାଣୀ ସିଂ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦ ର ସଭାପତି ଯାଜ୍ଞସେନୀ ସାହା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, କେସିଙ୍ଗା ନଗରପାଲ ନୃପରାଜ୍ ଯାଦବ, ବିଦ୍ୟାଳୟର ଚେୟାରମେନ ରାମ କୁମାର ଜୈନ, ବି ଏସ ଏ ର ସମ୍ପାଦକ ଅକ୍ଷୟ ଦାସ, ଆଇନା ପତ୍ରିକାର ସମ୍ପାଦକ କ୍ଷେତ୍ର ବାସୀ ସାହୁ ଙ୍କ ସମେତ ଅଞ୍ଚଳର ବୁଦ୍ଧିଜିବୀ, ସଚେତନ ନାଗରିକ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ କେସିଙ୍ଗା ର ବରିଷ୍ଠ ନାଗରିକ ମାନଙ୍କୁ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା।ଶେଷରେ ବିଭିନ୍ନ ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ସହରବାସୀ ଙ୍କୁ ମନମୁଗ୍ଧ କରିଥିଲା।ମଞ୍ଚ ପରିଚାଳନା ଜ୍ଞାନେନ୍ଦ୍ର ଭୋଇ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)