ଓଡ଼ିଶା ବନ୍ଦକୁ କେସିଙ୍ଗା ରେ ପୂର୍ଣ୍ଣ ସମର୍ଥନ ( ଚକଅଖ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ)

Oct 08, 2026 - 13:38
0 56
ଓଡ଼ିଶା ବନ୍ଦକୁ କେସିଙ୍ଗା ରେ ପୂର୍ଣ୍ଣ ସମର୍ଥନ ( ଚକଅଖ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ)

କେସିଙ୍ଗା/ କେସିଙ୍ଗା ସମାଚାର ୮/୧୦(ମଧୁସୁଦନ ଠାକୁର) ଇଣ୍ଡିଆ ବ୍ଲକ ମେଣ୍ଟ ସମେତ ମେଣ୍ଟ ର ମୁଖ୍ୟ ଦଳ କଂଗ୍ରେସ ପକ୍ଷରୁ ରାଜ୍ୟ କଂଗ୍ରେସ ମୁଖିୟା ଭକ୍ତଚରଣ ଦାସ ଙ୍କ ଡାକରାରେ ୪ ଦଫା ଦାବୀ କୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ମିଳିଛି ପୂର୍ଣ୍ଣ ସମର୍ଥନ।ସକାଳ ୬ ରୁ ଆରମ୍ଭ ହୋଇଥିବା ବନ୍ଦ ଯୋଗୁଁ କେସିଙ୍ଗା ସହରର ଅତି ଆବଶ୍ୟକ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ ବୋଲି ସ୍ଥାନୀୟ କଂଗ୍ରେସ ନେତା ମାନେ ପ୍ରକାଶ କରିଛନ୍ତି।ଦାବୀ ଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ବାର୍ଥ ସୁରକ୍ଷା ଓ ଅଧିକାର ପାଇବା ପାଇଁ ଏମ ଏମ ଡି ଆର ସଂଶୋଧନ ଅଧିନିୟମ ୨୦୨୬ କୁ ପ୍ରତ୍ୟାହାର,ଭାରତ ର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେସ କୁମାର ଙ୍କ ଇସ୍ତଫା, ଓଡ଼ିଶା ଶିକ୍ଷା ସିଲାବସ ରେ ମାତ୍ରାଧିକ ତ୍ରୁଟି ପାଇଁ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ସମେତ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଵତନ୍ତ୍ର ସଘନ ସର୍ଭେ କାର୍ଯ୍ୟକ୍ରମ କୁ ଯଥା ଶୀଘ୍ର ରଦ୍ଦ କରିବା ପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା କଂଗ୍ରେସ ଦଳ ପକ୍ଷରୁ କେସିଙ୍ଗା ରେ କେସିଙ୍ଗା ନଗର ସଭାପତି ସୁଭାଷ ଜୈନ,ରାଜ୍ୟ କଂଗ୍ରେସ କମିଟି ସଦସ୍ୟ ଟିକେମନ୍ ଦୀପ, ଜୋସ୍ନା ରାଣୀ ବଗର୍ତ୍ତି ,ପୂର୍ବତନ ନଗର ପାଲ ରାମ କୁମାର ଜୈନ, ରାମଜୀ ମାତଖଣ୍ଡିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାନୀ,ଜିଲ୍ଲା ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ତାଣ୍ଡି,ଜିଲ୍ଲା କଂଗ୍ରେସ ର ବିଜୟ ଦୀପ,ଜଗଦୀଶ ଅଗ୍ରୱାଲ , ଦୟାସାଗର ସାହା, ବାବୁଲାଲ ସୁନାନୀ ,ଧରଣୀ ନାଏକ, ବିନୋଦ ଜୈନ, ରାଜେନ୍ଦ୍ର ନାରାୟଣ ପାତ୍ର, ପ୍ରତାପ ବାଗ, କାଉନସିଲର ରୋହିତ ଜୈନ, ଦେବେନ୍ଦ୍ର ଭୂଜୁବଲ୍, ସିପିଏମ ର ଜିଲ୍ଲା ସଭାପତି ଉଦ୍ଧବ ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 1
Wow Wow 1
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User