କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ଵାଧୀନତା ଦିବସ ପାଳନ ସହିତ କେସିଙ୍ଗା ମାରୱାଡ଼ି ଯୁବା ମଞ୍ଚ ର ସହଯୋଗରେ ମେଡିକାଲ ପରିସରରେ ଅମୃତାଧାରା ଉଦ୍ଘାଟନ :
କେସିଙ୍ଗା/ କେସିଙ୍ଗା ସମାଚାର ୧୫/୮ ( ମଧୁସୂଦନ ଠାକୁର) ଆଜି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାଧୀନତା ଦିବସ ଉତ୍ସାହ ଓ ମହା ଆଡ଼ମ୍ବରରେ ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଡାକ୍ତରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତରଖାନାର ଅଧୀକ୍ଷକ ରବିନ୍ଦ୍ରନାଥ ଖଟୁଆ ଜାତୀୟପତାକା ଉତ୍ତୋଳନ କରିଥିଲେ । ଉକ୍ତ ଜାତୀୟ ପତାକା ଉତ୍ତୋଳନ ଉତ୍ସବରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ଅନ୍ୟପଟେ ସ୍ୱାଧୀନତା ଦିବସର ଏହି ଶୁଭ ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ କେସିଙ୍ଗା ମାରୱାଡି ଯୁବା ମଞ୍ଚ, ପକ୍ଷରୁ ମେଡିକାଲ କୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଓ ମେଡିକାଲ କର୍ମଚାରୀ ମାନଙ୍କ ପାଇଁ ମଞ୍ଚ ତରଫରୁ ଏକ 'ଅମୃତ ଧାରା' (ଜଳ ବିଶୋଧନ ଏବଂ ଶୀତଳୀକରଣ ଯନ୍ତ୍ର)ଲୋକାର୍ପଣ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡାକ୍ତରଖାନା ଅଧୀକ୍ଷକ ଉପସ୍ଥିତ ଥିବା ବେଳେ ମେଡିକାଲ କର୍ମଚାରୀ ଏବଂ ମଞ୍ଚର ସଭାପତି ବିକାଶ ଅଗ୍ରୱାଲ୍ ଏବଂ ଯୁବାମଞ୍ଚ ର ଅନ୍ୟ କର୍ମକର୍ତ୍ତାମାନ ଙ୍କ ଗହଣରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଛି।ଏହି 'ଅମୃତ ଧାରା' ପ୍ରକଳ୍ପ ମାଧ୍ୟମରେ ରୋଗୀ ଏବଂ ସାଧାରଣ ଜନତାଙ୍କୁ ବିଶୁଦ୍ଧ ତଥା ଥଣ୍ଡା ପାନୀୟ ଜଳ ଉପଲବ୍ଧ ହୋଇପାରିବ।ଆଗରୁ ମଧ୍ୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ କେସିଙ୍ଗା ର ବିଭିନ୍ନ ଦରକାରୀ ସ୍ଥାନ ମାନଙ୍କରେ ଅମୃତଧାରା ସ୍ଥାପନ କରାଯାଇ ଙ୍କୁ ସେବା ଯୋଗାଇ ଆସୁଛି। ସ୍ୱାଧୀନତା ଦିବସ ଅବସରରେ ମାରୱାଡ଼ି ଯିବା ମଞ୍ଚ ର ଏହିଭଳି ଜନ କଲ୍ୟାଣ କାରୀ ପ୍ରୟାସ କୁ କେସିଙ୍ଗା ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଉଛି।
What's Your Reaction?
Like
4
Dislike
0
Love
0
Funny
0
Wow
0
Sad
0
Angry
0
Comments (0)