କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

Sep 18, 2026 - 22:00
0 14
କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

କେସିଙ୍ଗା/ କେସିଙ୍ଗାସମାଚାର୧୮/୯(ମଧୁସୂଦନ ଠାକୁର) କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ହିନ୍ଦୀ ଦିବସ–୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ହିନ୍ଦୀ ଭାଷାର ମହତ୍ତ୍ୱ, ଏହାର ସମୃଦ୍ଧ ସାହିତ୍ୟ ଓ ଜାତୀୟ ଏକତାରେ ହିନ୍ଦୀର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଉତ୍ସବରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କହ୍ନେଇଲାଲ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସର ଗୁରୁତ୍ୱ ଓ ହିନ୍ଦୀ ଭାଷାର ବ୍ୟାପକତା ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ସେ ଛାତ୍ରୀମାନଙ୍କୁ ହିନ୍ଦୀ ଭାଷା ଶିକ୍ଷା କରିବା ସହିତ ଏହାର ସାହିତ୍ୟିକ ଓ ସାଂସ୍କୃତିକ ଦିଗକୁ ଜାଣିବା ପାଇଁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ହିନ୍ଦୀ ଭାଷାର ଗୁରୁତ୍ୱ ଓ ଛାତ୍ରୀମାନଙ୍କ ଭାଷା ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ମେହେର ଓ ଜି.କ୍ରିଷ୍ଣା ରେଡ୍ଡୀ ଭାରତର ସାଂସ୍କୃତିକ ବିଭବ ଓ ବିଭିନ୍ନତାକୁ ନୂତନ ଆଭାରେ ପରିପ୍ରକାଶ କରିବା ନିମନ୍ତେ ହିନ୍ଦୀ ଭାଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ହିନ୍ଦୀ କବିତା ପାଠ, ଭାଷଣ, କାର୍ଯ୍ୟକ୍ରମ ଓ ବିଭିନ୍ନ ହିନ୍ଦୀ ଭିତ୍ତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା ବର୍ଷ ୨୦୨୩-୨୪ରେ ହିନ୍ଦୀ ବିଷୟରେ ସର୍ବୋଚ୍ଚ ଅଙ୍କ ହାସଲ କରିଥିବା ବିଦ୍ୟାଳୟର ପୂର୍ବତନ ଛାତ୍ରୀ ରାକ୍ଷୀ ଗହିରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଓମିନା ମହାନନ୍ଦ ଓ ସୋନାକ୍ଷୀ ଠାକୁର ପରିଚାଳନା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଓ ଛାତ୍ରୀମାନଙ୍କ ମଧ୍ୟରେ ହିନ୍ଦୀ ପ୍ରତି ଆଗ୍ରହ ସୃଷ୍ଟି କରିବାର ସଙ୍କଳ୍ପ ନିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User