ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ ମନ୍ଦିରରେ ଦୀପ ପ୍ରଜ୍ବଳନ ----------

Sep 17, 2026 - 20:45
0 23
ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ ମନ୍ଦିରରେ ଦୀପ ପ୍ରଜ୍ବଳନ ----------

କେସିଙ୍ଗା/କେସିଙ୍ଗା ସମାଚାର୧୭/୯(ମଧୁସୂଦନ ଠାକୁର) ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସର ରେ ସାରା ଭାରତ ବର୍ଷରେ ମହା ଆଡ଼ମ୍ବରରେ ଓ ହର୍ଷ ଉଲ୍ଲାସରେ ପାଳନ ହେଉଛି। ମୋଦିଜି ଙ୍କ ଜନ୍ମ ଅବସରରେ କୋଉଠି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କୋଉଠି ସହରର ସ୍ୱଚ୍ଛତା ପାଇଁ କର୍ମୀ ମାନେ ନିଜେ ଝାଡୁ ଧରି ସହର ର ଅଳିଆ ସଫା କରୁଥିବା ଦେଖିବାକୁ ମିଳୁଛି।ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେ କାଳ ଜନ୍ମଦିନ ପାଳନ ଅବସରରେ ରାଜ୍ୟ ସରକାର ତଥା ବିଜେପି କର୍ମୀ ମାନଙ୍କ ଦ୍ଵାରା ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମର୍ମରେ କେସିଙ୍ଗା ବିଜେପି ପକ୍ଷରୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ କେସିଙ୍ଗା ରେ ଥିବା ବଗାଡ ଶିବ ମନ୍ଦିର, ସାନପଡା ଶିବମନ୍ଦିର, ଗୌରୀଶଙ୍କର ମନ୍ଦିର, ଜଗନ୍ନାଥ ମନ୍ଦିର ଓ ବୋରିଙ୍ଗପଦର ଥିବା ଶିବମନ୍ଦିର ରେ କେସିଙ୍ଗା ନଗର ବିଜେପି ପକ୍ଷରୁ ସଭାପତି ପିଙ୍କୁ ପରିଡ଼ା ଙ୍କ ନେତୃତ୍ୱରେ ଦୀପ ପ୍ରଜ୍ବଳନ କରି ମୋଦୀ ଜି ଙ୍କ ଦୀର୍ଘାୟୁ , ସୁସ୍ଥତା ଓ ମଙ୍ଗଳ କାମନା କରାଯାଇ ଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଟାଉନ ଉପ ସଭାପତି ପ୍ରିତେସ ପଟେଲ, ବିମଳ ବାଗ, ଅରୁଣ ଅଗ୍ରୱାଲ ଙ୍କ ସମେତ ଅନେକ ବିଜେପି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User