ବାହାଦୁରପଦର ତେଳନଦୀ ପୀଠରୁ ଆଠ ଫୁଟ ଲମ୍ବ ଅଜଗର ଉଦ୍ଧାର
କେସିଙ୍ଗା ସମାଚାର ,୧୦/୮ (ମଧୁସୂଦନ ଠାକୁର)କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧିନସ୍ଥ ବାହାଦୁରପଦର ଗାଁ ସ୍ଥିତ ତେଳନଦୀ ପୀଠ ପାଖ ରୁ ସୋମବାର ଆଠ ଫୁଟ ଲମ୍ବ ର ଏକ ଅଜଗର ଉଦ୍ଧାର ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ବାହାଦୁର ପଦର ଗାଁ କଲୋନୀ ପଡା ର ମକରନ୍ଦ ମାଝୀ ଏବଂ ତାଙ୍କ ସ୍ତ୍ରୀ ତେଳନଦୀ ନିକଟରେ ଥିବା ତାଙ୍କ ଜମି ରେ ଚାଷ କାମ କରୁଥିବା ବେଳେ ଏକ ଅଜଗର ଦେଖିବାକୁ ପାଇଥିଲେ |ପରେ କେସିଙ୍ଗା ବନ ବିଭାଗ କୁ ଖବର ଦେବାପରେ କେସିଙ୍ଗା ବନପାଳ ଯଶୋବନ୍ତ ନାଏକ ଙ୍କ ନେତୃତ୍ୱ ରେ ଭବାନୀପାଟଣା ରୁ ବନ୍ୟପ୍ରାଣୀ ସରଂକ୍ଷକ ଟିମ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଅଜଗର କୁ ଉଦ୍ଧାର କରିଥିଲେ | ଅଜଗର କୁ ଦେଖିବା ପାଇଁ ଗାଁ ର ଶତାଧିକ ଲୋକ ରୁଣ୍ଡ ହୋଇଥିଲେ |ଉଦ୍ଧାର ବେଳେ କେସିଙ୍ଗା ବନପାଳ ଯଶୋବନ୍ତ ନାଏକ, ବନ୍ୟପ୍ରାଣୀ ସରଂକ୍ଷକ ବିକିଜି ନାଗ ବନ୍ୟପ୍ରାଣୀ ଉଦାରକ ଶଙ୍କର ନାଗ ଏବଂ କେସିଙ୍ଗା ୨ ନୁମ୍ବର ଜୋନ ଜିଲ୍ଲାପରିଷଦ ନରୋତ୍ତମ ଭାଟି ପ୍ରମୁଖ ଉପସ୍ଥିତଥିଲେ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)