ଘରକୁ ତାଲାମାରି କିଛିଦିନ ଲାଗି କୌଣସି କାମପାଇଁ ବାହାରକୁ ଯାଉଥିବା ପରିବାର କୁ କେସିଙ୍ଗା ପୋଲିସ ର ସନ୍ଦେଶ
କେସିଙ୍ଗା ସମାଚାର ୧୧/୮(ମଧୁସୂଦନ ଠାକୁର) ଦିନକୁ ଦିନ କେସିଙ୍ଗା ସହରରେ ଚୋରି ଡ଼କାୟତି ବଢୁଥିବା ବେଳେ ଲୋକଙ୍କୁ ସତର୍କ ରହିବା ସହିତ ପୋଲିସ କୁ ସହଯୋଗ କରିବା ପାଇଁ କେସିଙ୍ଗା ପୋଲିସ ପକ୍ଷରୁ ସହରବାସୀ ଙ୍କୁ ନିବେଦନ କରାଯାଇଛି।କେସିଙ୍ଗା ଆଦର୍ଶ ଥାନା ର ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି ଯେ, କେସିଙ୍ଗା ସହରର ଯେ କୌଣସି ପରିବାର କିଛି ମହତ୍ତ୍ୱପୂର୍ଣ୍ଣ କିମ୍ବା ଜରୁରୀ କାମ ପାଇଁ କିଛି ଦିନ ଲାଗି ଘରକୁ ତାଲା ମାରି ବାହାରକୁ ଯାଉଛନ୍ତି ତାହା ହେଲେ ଯିବା ଆଗରୁ କେସିଙ୍ଗା ଥାନାରେ ଲିଖିତ ମାଧ୍ୟମରେ ଏକ ପତ୍ର ଦେଇ ସହର ବାହାରକୁ ଯିବା ପାଇଁ ସହର ବାସୀ ଙ୍କୁ ନିବେଦନ ଓ ଅନୁରୋଧ କରିଛନ୍ତି। ଯାହାରି ଫଳରେ ଖାଲିଥିବା ଉକ୍ତ ଘର ଉପରେ ପୋଲିସ ବିଶେଷ ଧ୍ୟାନ ଦେବା ସହିତ ଚୋରି ଡ଼କାୟତି ରୁ ନିଜ ଉପାର୍ଜିତ ଧନସଂପତ୍ତି କୁ ମଧ୍ୟ ସୁରକ୍ଷା ଯୋଗାଇବା ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)