କେସିଙ୍ଗା ସହରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ
କେସିଙ୍ଗା ସମାଚାର ୧୧/୮ ( ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଇତି ମଧ୍ୟରେ ତ୍ରିରଙ୍ଗା ଯାତ୍ରା ସମ୍ପନ୍ନ ହୋଇ ଯାଇଛି । ଯାହାର ଉଦ୍ଦେଶ୍ୟ ଦେଶବାସୀ ଙ୍କ ମନରେ ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ଥିବା ସମ୍ମାନ କୁ ଜାଗ୍ରତ କରିବା ସହ ଦେଶବାସୀଙ୍କ ମନରେ ଦେଶ ପ୍ରେମ କୁ ଜାଗ୍ରତ କରିବା। ଉକ୍ତ ଯାତ୍ରା କେସିଙ୍ଗା ତ୍ରିରଙ୍ଗା କମିଟିର ସଭାପତି ପ୍ରୀତେଶ ପଟେଲ ଙ୍କ ନେତୃତ୍ୱ ଆୟୋଜିତ ହୋଇଥିଲା ।କେସିଙ୍ଗା ସହର ର ଜଗନ୍ନାଥ ମନ୍ଦିର ନିକଟରୁ କେସିଙ୍ଗା ଆଦର୍ଶ ଥାନା ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସହର ର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ର କର୍ମକର୍ତ୍ତା ,କେସିଙ୍ଗା ବିଜ୍ଞପିତ ଅଞ୍ଚଳ ପରିଷଦ ,ବିଭିନ୍ନ ସରକାରୀ କାର୍ଯ୍ୟାଳୟ ର କର୍ମଚାରୀ ବିଭିନ୍ନ ଦଳର କର୍ମକର୍ତ୍ତା ଓ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରା ରେ ଯୋଗ ଦେଇଥିଲେ ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)