*ଏସ.ଆଇ.ଆର୍ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା*
କେସିଙ୍ଗା/ kesinga ସମାଚାର,୧୨/୮ (ମଧୁସୂଦନ ଠାକୁର) କଳାହାଣ୍ଡି ଜିଲା କେସିଙ୍ଗା ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ ଜାଣିବେ। ଏଥିସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। ତେଣୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହାୟତାରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ନବାଗତ ଭୋଟର ଏବଂ କଲେଜ ଛାତ୍ରୀଛାତ୍ରଙ୍କୁ ସ୍ଵତନ୍ତ୍ର ଦୃଷ୍ଟିରେ ରଖି ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କାଣ୍ଡେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା କରାଯାଇଛି।ଭବାନୀପାଟଣା ଉପ ଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇ.ଆର୍.ଓ.) ପ୍ରଭାତ କୁମାର ପରିଡା ଏଥିରେ ଅଧ୍ୟକ୍ଷତା କରି ଏସ.ଆଇ.ଆର୍.-୨୦୨୬ ର ଉଦ୍ଦେଶ୍ୟ, ଭୋଟର ତାଲିକାରେ ଯୋଗ୍ୟ ମତଦାତାଙ୍କ ନାମ ଯୋଡିବା, ତ୍ରୁଟି ସଂଶୋଧନ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ି ମତଦାନରେ ସକ୍ରିୟ ଅଂଶ ଗ୍ରହଣ ଉପରେ କହିଥିଲେ। ଛାତ୍ରୀଛାତ୍ରମାନେ ନିଜେ ସଚେତନ ହେବାସହ ଅନ୍ୟମାନଙ୍କୁ ସଚେତନତା କରିବାକୁ ଉପ ଜିଲାପାଳ ଶ୍ରୀ ପରିଡା ଆହ୍ବାନ କରିଥିଲେ।ଏହାସହିତ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଛାତ୍ର ଛାତ୍ରୀ ଙ୍କୁ ଏସଂପର୍କିତ ଅନେକ ତଥ୍ୟ କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି ଅବସରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏହାପରେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ବତନ୍ତ୍ର ସଘନ ସଂଶୋଧନ(ଏସ.ଆଇ.ଆର୍.-୨୦୨୬) ପ୍ରକ୍ରିୟା, ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ଦାବି ଓ ଆପତ୍ତି ଦାଖଲ କେନ୍ଦ୍ର ସମ୍ପର୍କିତ ସୂଚନା ଏବଂ ଏସ.ଆଇ.ଆର୍.ର ଅନ୍ୟାନ୍ୟ ଦିଗବିଷୟରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବା ସହ ଯୋଗ୍ୟ ମତଦାତା ଭାବେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଅନ୍ୟ ଅତିଥି ମାନେ ଆହ୍ୱନ କରିଥିଲେ। ସଚେତନତା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଆସିସଷ୍ଟେଣ୍ଟ କଲେକ୍ଟର (ଇଲେକ୍ସନ) ଭବାନୀପାଟଣା ଧନଞ୍ଜୟ କିଶାନ, କେସିଙ୍ଗା ତହସିଲଦାର ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏ.ଇ.ଆର୍.ଓ.) ପ୍ରଶାନ୍ତି ପ୍ରଧାନ, କେସିଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ଵାଇଁ, ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ, ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା , କର୍ମଚାରୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)