ବିଶିଷ୍ଟ ସଂଗଠକ ତଥା ସଂସ୍କୃତି ପ୍ରେମୀ ରମେଶ ଚନ୍ଦ୍ର ଜେନା ଙ୍କ ପରଲୋକ
କେସିଙ୍ଗା ସମାଚାର ୭/୮( ମଧୁସୂଦନ ଠାକୁର ) କେସିଙ୍ଗା ର ଯୁବ ପ୍ରତିଭା, ଏକ ଭଲ ସଙ୍ଗଠକ,ସାମାଜିକ କର୍ମୀ ତଥା ସାହିତ୍ୟିକ ରମେଶ କୁମାର ଜେନା ଙ୍କ ଅକାଳ ବିୟୋଗ।ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳିଯାଇଛି।ସେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ରେ ଚାକିରୀ କଲେ ବି ଚାକିରୀ ଜୀବନ ଓ ସମାଜସେବା ରେ ନିଷ୍ଠା ର ଶହ କାର୍ଯ୍ୟ ତୁଲାଉଥିଲେ।ଜଣେ ସଂକୃତୀ ପ୍ରେମୀ,ସାହିତ୍ୟିକ, ସାମାଜିକ କର୍ମୀ ଭାବରେ ସହରର ଅଧିକାଂଶ ଅନୁଷ୍ଠାନ ସହ ଜଡିତ ଥିଲେ।ସହର ରେ ଥିବା ସମସ୍ୟା ନେଇ ସାମାଜିକ ଗଣ ମାଧ୍ୟମରେ ନିଜର ମତ ଓ ଦାବୀ ରଖୁଥିଲେ।ହଟାତ ତାଙ୍କୁ କେନ୍ସର ମାଡି ବସିଥିଲା।ଚିକିତ୍ସା ର ୨ ବର୍ଷ ମଧ୍ୟରେ ଆଜି ତାଙ୍କ ମୃତ୍ୟୁ ହୋଇଥିଲା ।ସେ କେନ୍ସର ସହ ଲଢ଼ି ବଞ୍ଚିବା ର ସଂଗ୍ରାମ କରୁଥିଲେ।ତଥାପି ବିଭିନ୍ନ କାର୍ଯ୍ୟକ୍ରମ ଓ ସାମାଜିକ ଗଣ ମାଧ୍ୟମରେ ବହୁତ ସକ୍ରିୟ ଥିଲେ। ବିଶେଷ କରି ରମେଶ ଜେନା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ଏକ ସକ୍ରିୟ ସଭ୍ୟ ଥିଲେ।ବୁଢ଼ା ଡଙ୍ଗର ଲୋକମୋହଶ୍ଚବ ହେଉ କି ବି ଏସ ଏ ସ୍ମରଣୀକା ଉନ୍ମୋଚନ ଗେଉଁ ପ୍ରତ୍ୟକ ଟି କାର୍ଯ୍ୟକ୍ରମ ରେ ବେଶ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ନିଷ୍ଠା ର ସହିତ।ଏଣୁ ବି ଏସ ଏ ର ଅପୁରଣୀୟ କ୍ଷତି ବୋଲି ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ କୁମାର ଦାସ ପ୍ରକାଶ କରିଛନ୍ତି।କେସିଙ୍ଗା ସିଟିଜନ ଫୋରମ ତଥା ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ଅଧ୍ୟକ୍ଷ ଡା ହେମ ସାଗର ସାହା, ରମେଶ ଙ୍କମୃତ୍ୟୁ ତାଙ୍କ ଦୁଇ ଅନୁଷ୍ଠାନ ପାଇଁ ଅପୁରଣୀୟ କ୍ଷତି ବୋଲି କହିଛନ୍ତି।ଦୁଇଟି ଅନୁଷ୍ଠାନ ରେ ସକ୍ରିୟ ଥିଲେ।ଚେତାବନୀ ସାହିତ୍ୟ ସଂସଦ ର ପୂର୍ବତନ ସମ୍ପାଦକ ସେ ଥିଲେ।ବ୍ୟକ୍ତିଗତ ଭାବରେ ବି ଏ ଅଞ୍ଚଳରେ ବିକାଶ ପାଇଁ ସେ ସବୁବେଳେ ଆଲୋଚନା କରନ୍ତି ଓ ଜଡିତ ଥାନ୍ତି।ସମସ୍ତ ଙ୍କୁ ସାହାଯ୍ୟ କରନ୍ତି।ଏକ ଆଦର୍ଶ ବ୍ୟକ୍ତି ଓ ଆମାୟୀକ ବ୍ୟକ୍ତି ଭାବରେ ସେ ବେଶ ପରିଚିତ।ତାଙ୍କ ଶବ ଧାରାରେ ବହୁ ଲୋକ ସାମିଲ ହୋଇଥିଲେ।ସେ ୱାର୍ଡ ନମ୍ବର ୧୧ କାଉନସିଲର ବିଦେଶୀ ଜେନା ଙ୍କ ଭାଇ ଅଟନ୍ତି।ତାଙ୍କ ମୃତ୍ୟୁ ନେଇ ଏନ ଏ ସି ଅଧ୍ୟକ୍ଷ ନୃପ ରାଜ୍ ଯାଦବ,ଟାଉନ ବିଜେଡି ସଭାପତି ନଳୀନ ପଟ୍ଟନାୟକ, ବିଜେପି ଟାଉନ ସଭାପତି ପିଙ୍କୁ ପରିଡା,ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସାମ୍ବାଦିକ ମହାସଙ୍ଘ ସଭାପତି ଦୟା ନିଧି ସୁନାନୀ,ମା ସରସ୍ଵତୀ ବିଦ୍ୟାମନ୍ଦିର ର ଲଳିତ କୁମାର ଅଗ୍ରୱାଲ ,କଂଗ୍ରେସ କାଉନସିଲର ରୋହିତ ଜୈନ,ପୂର୍ବତନ ନଗରପାଳ ରାମ କୁମାର ଜୈନ,କାଉନସିଲର ପୂର୍ବତନ ଉପ ନଗରପାଳ ସୂର୍ଯ୍ୟ କାନ୍ତ ଦାସ,ବିଶିଷ୍ଟ ଗାଳ୍ପିକ ଚେତାବନୀ ସାହିତ୍ୟ ସଂସଦ ର ଯାଜ୍ଞସେନି ଦଳପତି, କବି ଜାଦେବେନ୍ଦ୍ର ସାହା, ଉପସଭାପତି ରଞ୍ଜନ ପଣ୍ଡା ଓ କାଉନସିଲର ବୃନ୍ଦ ଶୋକ ବ୍ୟକ୍ତ କରିଛନ୍ତି।
What's Your Reaction?
Like
1
Dislike
1
Love
0
Funny
0
Wow
0
Sad
1
Angry
0
Comments (0)