ଆରମ୍ଭ ହେଲା ନବରାତ୍ରି ( ପ୍ରଥମ ଦିନରେ ମାଁ ଦୂର୍ଗା ଙ୍କ ଶୈଳପୁତ୍ରୀ ବେଶ)
କେସିଙ୍ଗା/କେସିଙ୍ଗା ସମାଚାର/୧୧/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଯାଇଛି ଦଶହରା ନବରାତ୍ର ।ନବରାତ୍ର ର ପ୍ରଥମ ଦିନରେ ମାଁ ଦୁର୍ଗା ଙ୍କ ଶୈଳପୁତ୍ରୀ ବେଶକୁ ପୂଜା କରାଯାଇ ଥାଏ ।ପୌରାଣିକ ପ୍ରମାଣ ଆଧାରରେ ହିମାଳୟ ପର୍ବତ ର ଝିଅ ବୋଲି ତାଙ୍କ ନାମ ଶୈଳପୁତ୍ରୀ ମାଁ ପୂର୍ବ ଜନ୍ମରେ ସତୀ ଥିଲେ ଓ ଏ ଜନ୍ମରେ ପାର୍ବତୀ ଥିଲେ। ମାଁ ଙ୍କ ହାତରେ ତ୍ରିଶୂଳ ଓ ପଦ୍ମ ଧରି ଥାନ୍ତି ଓ ବୃଷଭ ( ନଦୀ) ଉପରେ ବସିଥାନ୍ତି।ମାଁ ଙ୍କ ଉକ୍ତ ଶୈଳପୁତ୍ରୀ ଏହି ରୂପ ଟି ହେଉଛି ଶକ୍ତି ଓ ସ୍ଥିରତାର ପ୍ରତୀକ।ଶାସ୍ତ୍ର ଅନୁଯାୟୀ ପ୍ରଥମ ଦିନ ପୂଜା କଲେ ମନରୁ ଭୟ ଦୂର ହେବା ସହିତ ଜୀବନରେ ନୂତନ ଶକ୍ତି ମିଳିଥାଏ।ଯୋଗ ଶାସ୍ତ୍ର ଅନୁସାରେ ମାଁ ଶୈଳପୁତ୍ରୀ ମୂଳାଧାର ଚକ୍ରର ଅଧିଷ୍ଠାତ୍ରୀ ତାଙ୍କୁ ପୂଜା କଲେ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ ହୁଏ। **ଜୟ ମାଁ ଶୈଳପୁତ୍ରୀ**
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)