କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନ କଲ୍ୟାଣ ଓ ସାମାଜିକ ଯୋଜନା ବିଷୟରେ ସଚେତନତା ଶିବିର
କେସିଙ୍ଗା/ କେସିଙ୍ଗା ସମାଚାର୨୬/୮( ମଧୁସୁଦନ ଠାକୁର) ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ମଙ୍ଗଳବାର ଦିନ କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର "" କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ର ଦ୍ଵାରା ପରିଚାଳିତ ବିଭିନ୍ନ ଜନ କଲ୍ୟାଣ ଏବଂ ସାମାଜିକ ଯୋଜନା"" ସମର୍କରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷା ତଥା ବିଚାରପତି ଦୀପ୍ତା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ବରିଷ୍ଠ ଆଇନଜୀବି ହରିପ୍ରସାଦ ତାଣ୍ଡି , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃତ୍ତାଞ୍ଜଳି ମାଝୀ, ସରପଞ୍ଚ ଅଶୋକ କୁମାର ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)