ଜୀବନ ଯୁଦ୍ଧରେ ହାରିଗଲେ ରମେଶ ଚନ୍ଦ୍ର ଜେନା
କେସିଙ୍ଗା ସମାଚାର,୭/୮( ମଧୁସୂଦନ ଠାକୁର) କେସିଙ୍ଗା ରେ ଜଣେ ଜଣାଶୁଣା ବ୍ୟକ୍ତି ବିଶେଷ ରମେଶ ଚନ୍ଦ୍ର ଜେନା ଙ୍କ ଗୁରୁବାର ଦିନ ପରଲୋକ ହୋଇ ଯାଇଛି।ଶ୍ରୀ ଜେନା ଏକା ଧାରାରେ ଜଣେ କବି ଜଣେ ଉଚ୍ଚକୋଟୀର ଆୟୋଜକ ଭାବରେ କେସିଙ୍ଗା ଅଞ୍ଚଳରେ ତାଙ୍କର ବେଶ ନାମ ଗୁ ଥିଲା ସେ କେସିଙ୍ଗା ର ଅନେକ ସଂଗଠନ ସହିତ ଜଡିତ ଥିବା ବେଳେ ଶ୍ରୀ ଜେନା ଙ୍କ ପରଲୋକ କେସିଙ୍ଗା ପାଇଁ ଗୋଟିଏ ବଡ଼ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ପ୍ରକାଶ ଥାଉକି ଶ୍ରୀ ଜେନା କର୍କଟ ରୋଗରେ ପୀଡିତ ଥିଲେ।କେସିଙ୍ଗା ଅଞ୍ଚଳର ଗରିବ ଲୋକଙ୍କ ଜଣେ ସଚ୍ଚୋଟ ସାଥୀ ଭାବରେ ସେ ଅନେକ ଲୋକଙ୍କ ଅନେକ କାମ କରିଦେଇ ଜଣେ ଗରିବସାଥି ଭାବରେ ବେସ ପରିଚିତ ଥିଲେ।ଶ୍ରୀ ଜେନା ଜଣେ ମେଳାପି ବ୍ୟକ୍ତି ଥିଲେ।ତାଙ୍କର ପରଲୋକ ର ଖବର ମିଳିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କେସିଙ୍ଗା ନଗର ପାଳ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସମସ୍ତ ରାଜନୈତିକ ଦଳର ସଭାପତି, କେସିଙ୍ଗା ସାମ୍ବାଦିକ ମହାସଂଘ ର ସଭାପତି ଦୟା ସୁନାନୀ, ପୂର୍ବତନ ସଭାପତି ସୁଶାନ୍ତ ମହାପାତ୍ର, ବିଭିନ୍ନ ସଙ୍ଗଠନ ର ସଭାପତି ପ୍ରମୁଖ ସ୍ବର୍ଗତ ଜେନା ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
1
Angry
0
Comments (0)