ଡିଜିଟାଲ ସ୍ୱାକ୍ଷରତା ଓ ସାଇବର ସୁରକ୍ଷାକୁ ନେଇ ସଚେତନତା ଶିବିର

Oct 03, 2026 - 16:45
0 78
ଡିଜିଟାଲ ସ୍ୱାକ୍ଷରତା ଓ ସାଇବର ସୁରକ୍ଷାକୁ ନେଇ ସଚେତନତା ଶିବିର

କେସିଙ୍ଗା/କେସିଙ୍ଗା ସମାଚାର ୩/୧୦(ମଧୁସୁଦନ ଠାକୁର)ବର୍ତ୍ତମାନ ର ଡିଜିଟାଲ ଯୁଗରେ ସଚେତନତା ର ଅଭାବ ଯୋଗୁଁ ଅନେକ ଲୋକ ସାଇବର ଠକେଇ ର ଶିକାର ହୋଇ ନିଜ ପରିଶ୍ରମ ର ଟଙ୍କା ସାଇବର ଠକ ମାନଙ୍କୁ ଦେଇଥିବା ଅନେକ ଉଦାହରଣ ରହିଛି। ଏହି ଠକେଇ ରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେ ନେଇ ଏସ ବିଆଇ ଓ ରାମକୀ ଫାଉନଣ୍ଡେସନ ଓ ପକ୍ଷରୁ ଶନିବାର ଦିନ କେସିଙ୍ଗା ବ୍ଲକ ଉତ୍କେଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଏକ ସଚେତନତା ଶିବିର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ମହାପାତ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଆଜି କାଲି ର ଡିଜିଟାଲ ଯୁଗରେ ଡିଜିଟାଲ ସ୍ୱାକ୍ଷରତା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେତେ ଆବଶ୍ୟକ ଓ କିପରି ତାହାର ଉପଯୋଗ କରି ନିଜ ପାଠପଢିବା ରେ ଡିଜିଟାଲ ସାକ୍ଷରତା ଯେପରିକି ଅନଲାଇନ କ୍ଲାସ, ଅନଲାଇନ ପାଠ ସମ୍ବନ୍ଧୀୟ ଭିଡ଼ିଓ ବାର୍ତ୍ତା, ର ସହଯୋଗ ନେଇ ପାଠ କୁ ସରଳ କରିପାରିବେ ସେହି ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇବା ସହ ଆଲୋଚନା ହୋଇଥିଲା ତତ୍ ସଙ୍ଗେ ସଙ୍ଗେ ଦିନକୁ ଦିନ ବଢି ଚାଲିଥିବା ସାଇବର ଠକେଇ ବିଷୟରେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇ ପରିବାର ର ଯେ କୌଣସି ମୋବାଇଲ ଧରିଲେ କାହାକୁ ପାସୱାଡ ,ଓଟିପି କିମ୍ବା ଅନ୍ୟ କୌଣସି ବିକଳ୍ପ କାହାକୁ ସେୟାର ନ କରିବା ପାଇଁ ରାମ ଫାଉନଣ୍ଡେସନ ର ଜିଲ୍ଲା ପି ସି ଅନୁରୋଧ କରିଥିଲେ।କାରଣ ସଚେତନତା ହିଁ ସାଇବର ଠକେଇ ର ମୂଳମନ୍ତ୍ର ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ,ଗୁରୁମାଁ ରାମକୀ ଫାଉନଣ୍ଡେସନ ର ଡାକ୍ତର ଙ୍କ ସମେତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବିଦ୍ୟାଳୟ ର ଗୁରୁଜୀ ମନୋରଞ୍ଜନ ଦାସ ଧନ୍ୟବାଦ୍ ଅର୍ପଣ କରି ଏସ ବି ଆଇ ଓ ରାମକୀ ଫାଉନଣ୍ଡେସନ ର ଉକ୍ତ ଅତି ଜରୁରୀ ଓ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବାରୁ ଦୁଇ ସଂଗଠନ କୁ ଭୂରି ଭୂରି ପ୍ରଶଂସା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User