ଦଶହରା ର ଚତୁର୍ଥ ଦିନ ମାଁ ଦୁର୍ଗା ଙ୍କ କୂଷ୍ମାଣ୍ଡା ବେଶ
କେସିଙ୍ଗା/କେସିଙ୍ଗା ସମାଚାର/୧୪/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଯାଇଛି ଦଶହରା ନବରାତ୍ର ।ନବରାତ୍ର ର ଚତୁର୍ଥ ଦିନରେ ମାଁ ଦୁର୍ଗା ଙ୍କ କୂଷ୍ମାଣ୍ଡା ବେଶକୁ ପୂଜା କରାଯାଇ ଥାଏ ।ପୌରାଣିକ ଆଖ୍ୟାନ ଅନୁଯାୟୀ ଏହି ରୂପରେ ମାଁ ଙ୍କ ୮ ହାତ, ସିଂହ ବାହାନ ସାଙ୍ଗକୁ ହାତରେ କମଣ୍ଡଲୁ, ଧନୁ,ବାଣ ,ପଦ୍ମ,ଅମୃତ କଳସ , ଚକ୍ର , ଗଦା ଧରିଥାନ୍ତି।ମାଁ ତାଙ୍କ ସ୍ମିତ ହସ ରେ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ମାନ୍ୟତା ରହିଛି।ଆଜି ମାଁ ଙ୍କୁ ପୂଜା କଲେ ସ୍ଵାସ୍ଥ୍ୟ, ଆୟୁ,ଯଶ ଓ ବଳ ବୃଦ୍ଧି ହୋଇଥାଏ।ସେଥି ପାଇଁ ମାଁ କୂଷ୍ମାଣ୍ଡା ଙ୍କୁ ଆଦିଶକ୍ତି ବୋଲି କୁହାଯାଏ ସେ ସୂର୍ଯ୍ୟ ଲୋକରେ ବାସ କରନ୍ତି ଓ ସମଗ୍ର ଜଗତ କୁ ଶକ୍ତି ଦିଅନ୍ତି ବୋଲି ମଧ୍ୟ ମାନ୍ୟତା ରହିଛି।ମାଁ ଙ୍କୁ ପୂଜା କଲେ ନିଃସନ୍ତାନ ଦମ୍ପତି ଙ୍କୁ ସନ୍ତାନ ସୁଖ ମିଳେ ବୋଲି ବିଶ୍ଵାସ ରହିଛି।ଆଜି ମାଁ ଙ୍କୁ ମାଲପୁଆ ଓ ପେଠା ଭୋଗ ଲଗାଯାଇ ଥାଏ।।** ଜୟ ମାଁ କୂଷ୍ମାଣ୍ଡା **
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)