ବରିଷ୍ଠ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Oct 04, 2026 - 09:33
0 70
ବରିଷ୍ଠ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କେସିଙ୍ଗା/ କେସିଙ୍ଗା ସମାଚାର / ୩/୧୦(ମଧୁସୂଦନ ଠାକୁର) ଶନିବାର ଦିନ କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବୋରିଆ କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୋରିଆ ଠାରେ ବରିଷ୍ଠ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତରଫରୁ ପ୍ରଦାନ କରାଗଲା । ଏହି ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବିଶିଷ୍ଟ ଅତିଥି ଭାବରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଦୋରା ,ସମ୍ମାନିତ ଅତିଥି ଭାବେ ସମ୍ପାଦକ ତପନ କୁମାର ଦାଶ , ସିଆରସିସି ଧିରେନ ପଧାନ ଉପସ୍ଥିତ ଥିଲେ । କୃଷ୍ଣ ଚନ୍ଦ୍ର ନାୟକ ତାଙ୍କର ଶିକ୍ଷକତା ଜୀବନ କୁ ଭାବବିହ୍ୱଳ ହୋଇ ବଖାଣି ଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ ନାୟକଙ୍କୁ ସର୍ବଶେଷରେ ପୁଷ୍ପ ଗୁଛ ,ଉତ୍ତରୀୟ ,ମାନପତ୍ର, ଛତା ,ଜୋତା ,ଉପହାର ଦେଇ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ କେସିଙ୍ଗା ଏନଏସି ର ନୂତନ ସିଆରସିସି ଭାବେ ରୋହିତ୍ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।ଶେଷରେ ସିଆରସିସି ଧିରେନ ପଧାନ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ ହୋଇଥିଲା ।ସହ ଶିକ୍ଷକ ଯୋଗେଶ୍ୱର ବାଗ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User