ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଙ୍କୁ କେସିଙ୍ଗା ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
କେସିଙ୍ଗା/ କେସିଙ୍ଗା ସମାଚାର,୨୦/୮(ମଧୁସୂଦନ ଠାକୁର) ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ନବରଙ୍ଗପୁର ରେ ହେବାକୁଥିବା ଛାତ୍ର ସମାବେଶ ରେ ଯୋଗ ଦେବାପାଇଁ ଗୁରୁବାର ଦିନ ଭୁବନେଶ୍ଵର ରୁ ନବରଙ୍ଗପୁର ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜେଡି ପକ୍ଷରୁ ଶ୍ରୀ ସାହୁ ଙ୍କୁ ସ୍ଥାନୀୟ ବଲାଙ୍ଗୀର ଛକ ଠାରେ ବିଜେଡି କର୍ମୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଶ୍ରୀ ସାହୁ କିଛି ସମୟ ଉପସ୍ଥିତ ବିଜେଡି କର୍ମୀ ଙ୍କ ସହିତ କଥାବାର୍ତ୍ତା ଓ ଆଲୋଚନା କରି ନବରଙ୍ଗପୁର ଅଭିମୁଖେ ବାହାରି ଥିଲେ। କେସିଙ୍ଗା ରେ ଅନ୍ୟ ମାନଙ୍କ ମଧ୍ୟରେ ଟାଉନ ସଭାପତି ନଳୀନ ପଟ୍ଟନାୟକ, କେସିଙ୍ଗା ନଗରପାଲ ନୃପରାଜ ଯାଦବ,ଜିଲ୍ଲା ସମ୍ପାଦକ ଶିଶିର ପରିଡ଼ା, ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ଦେବେନ୍ଦ୍ର ଭୁଜବଳ, ନେହେରୁ ସୁନାନୀ, କେସିଙ୍ଗା ବ୍ଲକ ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, ଛାତ୍ର ନେତା ତଥା ଜିଲ୍ଲା ଛାତ୍ର ସଂଘ ର କାର୍ଯ୍ୟକାରୀ ସଭାପତି ଅନୁଭବ ପଟ୍ଟନାୟକ, ଦୀପକ କୁମାର, ରମାକାନ୍ତ ଜେନା ଙ୍କ ସମେତ ଅନ୍ୟାନ୍ୟ ବିଜେଡି କାଉନସିଲର ଓ ଅନେକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)