ବ୍ଲକ ସ୍ତରୀୟମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ପାଳିତ ଗୋପାଳନ ଓ ମତ୍ସ୍ୟ ପାଳନ ଉପରେ ଗୁରୁତ୍ୱାରୋପ
କେସିଙ୍ଗା/ କେସିଙ୍ଗାସମାଚାର ୧୩.୧୧(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ମିନି ଷ୍ଟାଡିୟମ୍ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬କାର୍ଯ୍ୟକ୍ରମ ର ସଭାପତି କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ଙ୍କ ସଭାପତି ତ୍ୱ ରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଙ୍କ ପ୍ରାରମ୍ଭିକ ସୂଚନା ପରିଚୟ ପ୍ରଦାନ କରିଥିଲେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଦେବାଶିଷ ପଟେଲ।ଏହି ମେଳାରେ ମତ୍ସ୍ୟ,ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ର ପ୍ରଦର୍ଶନୀ ,ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ,ସଚେତନତା ଓ ସଂକୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ଗୋ ପାଳନ, ମତ୍ସ୍ୟଚାଷ,କୁକୁଡ଼ା ପାଳନ, ଓ ପ୍ରାଣୀ ସମ୍ପଦ ବିକାଶ ଉପରେ ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ ୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କେସିଙ୍ଗା ବ୍ଳକ ର ସମସ୍ତ ପ୍ରାଣୀ ପାଳକ, ମତ୍ସ୍ୟ ଚାଷୀ, ମତ୍ସ୍ୟ ଜିବି ଚାଷୀଙ୍କୁ ଅତିଥି ମାନେଉତ୍ସାହିତ କରିଥିଲେ।ସରକାର ଙ୍କ ବିଭିନ୍ନ ସବ୍ସିଡି ବିଷୟରେ ଆଲୋଚନା କରି ଚାଷୀ ଙ୍କୁ ଲାଭବାନ ହେବାକୁ ଅତିଥିମାନେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୧୨ଟି ବିଭିନ୍ନ ଷ୍ଟଲ ରେ ଚାଷୀଙ୍କ ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଖଗେନ୍ଦ୍ର ଭୋଇ, ବିଧାୟକଙ୍କ ପ୍ରତିନିଧି ରାମ କୁମାର ଜୈନ,ମୁଖ୍ୟ ବକ୍ତା ଭାବେ ଏସ ଡ଼ି ଭି ଓ ଭବାନୀପାଟଣା ପ୍ରଭାବ କୁମାର ପରିଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର,ଡ଼.ଦୀପକ ବେଉରା, ଡ଼.ସନ୍ୟାସୀ ଶଥପଥୀ, ଏ ଏଫ ଓ କଳାହାଣ୍ଡି ଲିମନ ଚନ୍ଦ୍ର କାର, ମିଳିତ ମଲ୍ଲିକ, ଡ଼.ସୌମ୍ୟରଂଜନ ଦାଶ, ଭି. ଏ .ଏସ.ପାଷ୍ଟିକୁଡି ପ୍ରିୟମ୍ବଦା ହୋତା,ପ୍ରମୁଖ ଫିଟା କାଟି ମେଳା କୁ ଉଦଘାଟନ କରିଥିଲେ। ପ୍ରଥମେ ମା ମାଣି ମେଶ୍ୱରୀ ଙ୍କୁ ପୂଜାର୍ଚ୍ଚନା କରି ଆରମ୍ଭ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ଡ଼.ପ୍ରିୟଙ୍କା ଜୈନ।ପରିଶେଷରେ ସମସ୍ତ ଅତିଥି ଙ୍କ ସମେତ ଚାଷୀଙ୍କୁ ଖାଦ୍ୟପେୟ ର ବ୍ୟବସ୍ଥା କରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)