ମହିଳା କଲେଜ ର ଗରିବ ମେଧାବୀ ଛାତ୍ରୀ ପାଇବେ ସହାୟତା ରାଶି
କେସିଙ୍ଗା/ କେସିଙ୍ଗା ସମାଚାର ୧୭/୮(ମଧୁସୂଦନ ଠାକୁର) କେସିଙ୍ଗା ର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ ଓ ସୁରେଶ କୁମାର ଷଡଙ୍ଗୀ ଙ୍କ ଦ୍ଵାରା ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ରେ "" ରାସେଶ୍ୱରୀ ଓ ଗୋପେଶ୍ୱରୀ "" ସ୍ମାରକୀ ଆର୍ଥିକ ସହାୟତା ନାମରେ ଏକ ଆର୍ଥିକ ସହାୟତା ଆରମ୍ଭ କରାଯାଇଛି।ଉକ୍ତ ସ୍ମାରକୀ ଅର୍ଥ ୧୫ ହଜାର ଟଙ୍କା ରଖାଯାଇଛି ଓ ସେହି ୧୫ ହଜାର ଟଙ୍କା ଶ୍ରୀ ଚନ୍ଦନ କୁମାର ସେନାପତି, ଅଧ୍ୟକ୍ଷ, ପଂଚାୟତ ସମିତି, କେସିଙ୍ଗା ଙ୍କ ଜରିଆରେ ଅଭାସି ମାଧ୍ୟମ ରେ, ଅଧ୍ୟକ୍ଷ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ଙ୍କୁ ସ୍ଥାୟୀ ଜମା ରାଶି ପାଇଁ ଶ୍ରୀ ପଦ୍ମନାଭ ପୁରୋହିତ, ପୂର୍ବତନ ଗୋଷ୍ଠି ଉନ୍ନୟନ ଅଧିକାରୀ, କେସିଙ୍ଗା ଏବଂ ଶ୍ରୀ ସୁରେଶ କୁମାର ଷଡ଼ଙ୍ଗୀ ଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିବା ଅର୍ଥ ରୁ ଉପଲବ୍ଧ ସୁଧ ରାଶି ଏକ ଗରିବ ମେଧାବୀ ଛାତ୍ରୀ ଙ୍କୁ ପ୍ରତ୍ୟେକ ବର୍ଷ ସହାୟତା ରାଶି ପ୍ରଦାନ କରାଯିବ l ଏହି ସହାୟତା ରାଶି "ରାସେଶ୍ୱରୀ ଓ ଗୋପେଶ୍ବରୀ ସ୍ମାରକୀ ଆର୍ଥିକ ସହାୟତା" ନାମରେ ପ୍ରଦତ୍ତ କରାଯିବ l ଏହି କାର୍ଯ୍ୟକ୍ରମ ରେ ଦିଗାମ୍ବର କର, ଜିଲ୍ଲା ଶିଶୁ କଲ୍ୟାଣ କାର୍ଯ୍ୟାଳୟ ର ଅଧିକାରୀ ଏବଂ ଶ୍ରୀ ଆଦିତ୍ୟ ମିଶ୍ର, ପୂର୍ବତନ ତହସିଲଦାର, ଖପ୍ରାଖୋଲ, ପ୍ରତାପ କୁମାର ବାଗ ସମିତି ସଦସ୍ୟ କେସିଙ୍ଗା, ପ୍ରତିମା ପ୍ରଧାନ, ଓ ନମିତା ପ୍ରଧାନ ବ୍ଲକ ସଂଯୋଜିକା ଏବଂ ଟଙ୍କଧର ମେହେର, ବରିଷ୍ଟ ସହାୟକ ଜିଲ୍ଲା କାର୍ଯ୍ୟାଳୟ, କଳାହାଣ୍ଡି ଅଭାସି ମାଧ୍ୟମ ରେ ଯୋଗଦାନ କରିଥିଲେ l
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)