ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛ ପଟେ ପିଟିଲା ରୋଗୀ କୁ ଛାଡି ଫେରୁଥିବା ଆମ୍ବୁଲାନ୍ସ ( ଗାଡ଼ି ଚଳାଇବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ମଦ ପିଇ ମୋବାଇଲ ରେ କଥା ହେଉଥିବା ଅଭିଯୋଗ) ( ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଗଲା ଆମ୍ବୁଲାନ୍ସ ଡ଼୍ରାଇଭର)

Sep 07, 2026 - 20:55
0 74
ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛ ପଟେ ପିଟିଲା ରୋଗୀ କୁ ଛାଡି ଫେରୁଥିବା ଆମ୍ବୁଲାନ୍ସ ( ଗାଡ଼ି ଚଳାଇବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ମଦ ପିଇ ମୋବାଇଲ ରେ କଥା ହେଉଥିବା ଅଭିଯୋଗ) ( ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଗଲା ଆମ୍ବୁଲାନ୍ସ ଡ଼୍ରାଇଭର)

କେସିଙ୍ଗା/ କେସିଙ୍ଗା ସମାଚାର ୭/୯(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବୋରିଙ୍ଗପଦର ଜାତୀୟ ରାଜପଥ ୨୬ ଉପରେ ସୋମବାର ଅପରାହ୍ନ ସମୟରେ ଏକ ଖାଲି ଆମ୍ବୁଲାନ୍ସ ଭବାନୀପାଟଣା ପଟୁ ଆସୁଥିବା ବେଳେ ରାସ୍ତା କଡ଼ରେ ଠିଆ ହୋଇ ଥିବା ଟ୍ରକ କୁ ପଛ ପଟୁ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସ ଚୁରମାର ହୋଇ ଯାଇଛି।ସୂଚନା ଅନୁଯାୟୀ ଟିଟଲାଗଡ ରୁ ବିଶାଖାପାଟଣା ରୋଗୀ ନେଇ କି ଯାଇଥିବା ଏକ ଆମ୍ବୁଲାନ୍ସ ରୋଗୀ କୁ ଛାଡି ଟିଟଲାଗଡ ଫେରୁଥିବା ବେଳେ ସ୍ଥାନୀୟ ବୋରିଙ୍ଗପଦର ପାଖରେ ରାସ୍ତା କଡ଼ରେ ଠିଆ ହୋଇଥିବା ଓଆର ୦୮ ଡି ୫୨୮୭ ନମ୍ବର ଟ୍ରକ କୁ ପଛ ପଟେ ଜୋର୍ ରେ ଧକ୍କା ଦେଇଥିଲା ଧକ୍କା ରେ ଆମ୍ବୁଲାନ୍ସ ଡ଼୍ରାଇଭର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ବେଳେ ଘଟଣା ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶି ଙ୍କ କହିବା ଅନୁଯାୟୀ ଆମ୍ବୁଲାନ୍ସ ଡ଼୍ରାଇଭର ମଦ ପିଇ ଗାଡ଼ି ଚଳାଉଥିଲା ଓ ଦୁର୍ଘଟଣା ସମୟରେ ମୋବାଇଲ ରେ କଥା ହେଉଥିଲା।ଆମ୍ବୁଲାନ୍ସ ଡ଼୍ରାଇଭର ମଦ ପିଇବା କଥା କୁ ମାନୁନଥିବା ବେଳେ ମୋବାଇଲ ରେ କଥା ହେଉଥିବା କଥାକୁ ସ୍ବୀକାର କରିଛି ଓ ସମ୍ମୁଖ ପଟୁ ଅନ୍ୟ ଏକ ଟ୍ରକ ଆସୁଥିବାରୁ ମୁଁ ଆମ୍ବୁଲାନ୍ସ କୁ ସାଇଡ ରୁ କାଟୁଥିବା ସମୟରେ ଧକ୍କା ହୋଇଛି ବୋଲି ଗଣମାଧ୍ୟମ କୁ ପ୍ରକାଶ କରିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ଯାହାବି ହେଉ ଆମ୍ବୁଲାନ୍ସ ଭିତରେ କୌଣସି ରୋଗୀ ନ ଥିଲେ ନ ହେଲେ ବହୁତ ବଡ଼ ଅଘଟଣ ଘଟିଥାନ୍ତା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User