କଳାହାଣ୍ଡି ଜିଲ୍ଲାରେ ତଥା କେସିଙ୍ଗା ଅଞ୍ଚଳରେ ଘରେ ଘରେ ସୋଲାର ବିଦ୍ୟୁତ୍ ଯୋଗାଇବ ପାୱାର ଟେକ ସୋଲାର ( କେସିଙ୍ଗା ବନ୍ଧନ ବ୍ୟାଙ୍କ ପାଖରେ ଖୋଲିଲା ନୂତନ କାର୍ଯ୍ୟାଳୟ)
କେସିଙ୍ଗା/ କେସିଙ୍ଗାସମାଚାର ୭/୧୦(ମଧୁସୂଦନ ଠାକୁର)ଦିନକୁ ଦିନ ସୋଲାର ବିଦ୍ୟୁତ୍ ସଂଯୋଗ ର ଡିମାଣ୍ଡ ସହର ରୁ ଗ୍ରାମ ପର୍ଯ୍ୟନ୍ତ ହୁତୁ ହୂତୁ ହୋଇ ବଢ଼ୁ ଥିବା ବେଳେ ଅନେକ ସହରରେ ଏଥିପାଇଁ ବିଭିନ୍ନ ସ୍ଵୀକୃତିପ୍ରାପ୍ତ ବେସରକାରୀ ସୋଲାର କମ୍ପାନୀ ପକ୍ଷରୁ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପାୱାର ଟେକ୍ ସୋଲାର ନାମକ ଏକ ବେସରକାରୀ କମ୍ପାନୀ ସ୍ଥାନୀୟ କେସିଙ୍ଗା ଅଣ୍ଡର ବ୍ରିଜ ରାସ୍ତା ବନ୍ଧନ ବ୍ୟାଙ୍କ ନିକଟରେ ଏକ କାର୍ଯ୍ୟାଳୟ ଉଦ୍ଘାଟନ କରି ସମଗ୍ର କଳାହାଣ୍ଡି ଜିଲ୍ଲା ସମେତ କେସିଙ୍ଗା ସହର ଓ କେସିଙ୍ଗା ଅଞ୍ଚଳକୁ ଅତି ସହଜରେ କମ ଖର୍ଚ୍ଚରେ ଓ ସୁନ୍ଦର ଭାବରେ ସୋଲାର ବିଦ୍ୟୁତ୍ ଯୋଗାଇ ଦେବାକୁ ଉକ୍ତ କମ୍ପାନୀର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଅର୍ପଣ କୁମାର ଦାସ ନାଏକ ଏକ ପ୍ରେସ ବିବୃତିରେ ପ୍ରକାଶ କରି ଏହା ଏକ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଏକ ସ୍ଵୀକୃତିପ୍ରାପ୍ତ ପ୍ତାଧିକୃତ କମ୍ପାନୀ ବୋଲି ପ୍ରକାଶ କରିଛନ୍ତି ତତ୍ ସଙ୍ଗେ ସଙ୍ଗେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ମିଳୁଥିବା ରିହାତି ମଧ୍ୟ ମିଳିବ ବୋଲି ପ୍ରକାଶ କରିଥିଲେ।ଉକ୍ତ ଉଦ୍ଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଏରିଆ ମ୍ୟାନେଜର ରିତିକ ପ୍ରସନ୍ନ ବାଗ, କମ୍ପାନୀର ଅନ୍ୟାନ୍ୟ କର୍ମଚାରୀ ଙ୍କ ସମେତ ଅଞ୍ଚଳର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)