ଛୋରିଆଗଡ କୌଶିକ ଠାକୁର ପରିବାର ପକ୍ଷରୁ *ନୂଆଁଖାଇ* ପାଳନ ( ପ୍ରାୟ ୯୦ ଜଣ ସଦସ୍ୟ ଏକାଠି କଲେ ନବାନ୍ନ ଭକ୍ଷଣ)
କେସିଙ୍ଗା/ କେସିଙ୍ଗାସମାଚାର ୧୬/୯(ମଧୁସୂଦନ ଠାକୁର) ପଶ୍ଚିମ ଓଡ଼ିଶା ର କୃଷିଭିତ୍ତିକ ଓ ପ୍ରମୁଖ ଗଣପର୍ବ ନୂଆଁଖାଇ ପାଇଁ ଚଳ ଚଞ୍ଚଳ ହୋଇ ଯାଇଛି ସମଗ୍ର ପଶ୍ଚିମ ଓଡ଼ିଶା ।ବର୍ଷକୁ ଥରେ ପରିବାରର ଓ କିଛି ଗ୍ରାମରେ ବଂଶର ସମସ୍ତ ସଦସ୍ୟ ଙ୍କ ସହିତ ଏକତ୍ରିତ ହୋଇ ଦୁଇ ତିନି ଦିନ ଏକାଠି ରହି ହସଖୁସିରେ ଦିନ କଟୁଥିବା ପର୍ବ ନୂଆଁଖାଇ।ସେହି ମର୍ମରେ ଜୁନାଗଡ଼ ବ୍ଲକ ଛୋରିଆଗଡ କୌଶିକ ଠାକୁର ପରିବାର ପକ୍ଷରୁ ଛୋରିଆଗଡ ପଲସାପଡା ଠାରେ ୯୦ ଠାକୁର ପରିବାର ର ସଦସ୍ୟ ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରିଥିଲେ।ଜୁନାଗଡ଼ ମାଁ ଲଙ୍କେଶ୍ଵରୀ ଓ ଦଧିବାମନ ମନ୍ଦିରର ନବାନ୍ନ ଭକ୍ଷଣ ର ଧାର୍ଯ୍ୟ ଲଗ୍ନ ନିର୍ଦ୍ଧାରିତ ସମୟ ଅନୁଯାୟୀ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନବାନ୍ନ ଭକ୍ଷଣ ପରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଛୋଟ ମାନେ ବଡ଼ ମାନଙ୍କୁ ନମସ୍କାର କରି ଆର୍ଶୀବାଦ ଗ୍ରହଣ କରି ଥିଲେ। ଛୋରିଆଗଡ କୌଶିକ ଠାକୁର ପରିବାର ପକ୍ଷରୁ ସମସ୍ତ ପଶ୍ଚିମ ଓଡ଼ିଶା ବାସୀ ଙ୍କୁ *ନୂଆଁଖାଇଜୁହାର* ।
What's Your Reaction?
Like
3
Dislike
0
Love
3
Funny
0
Wow
2
Sad
0
Angry
0
Comments (0)