ଦଶହରା ପାଇଁ ଚଳ ଚଞ୍ଚଳ କେସିଙ୍ଗା ସହର (୭୧ ବର୍ଷରେ କେସିଙ୍ଗା ସାର୍ବଜନୀନ ଦୁର୍ଗାପୂଜା)

Oct 17, 2026 - 06:26
0 26
ଦଶହରା ପାଇଁ ଚଳ ଚଞ୍ଚଳ କେସିଙ୍ଗା ସହର                                      (୭୧ ବର୍ଷରେ କେସିଙ୍ଗା ସାର୍ବଜନୀନ ଦୁର୍ଗାପୂଜା)

କେସିଙ୍ଗା/କେସିଙ୍ଗା ସମାଚାର୧୭/୧୦(ମଧୁସୂଦନ ଠାକୁର) ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଯାଇଛି ଗାଆଁ ଠୁ ସହର ।ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ୪ ଟି ସ୍ଥାନରେ ଦୂର୍ଗାପୂଜା ମହାଆଡମ୍ବ ରେ ଅନୁଷ୍ଠିତ ହୋଇଥାଏ।ସହରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେସିଙ୍ଗା ମାଁ ଅମ୍ୱେ ମନ୍ଦିର,ବଜାର ପାଖରେ ଥିବା ଗୌରୀ ଶଙ୍କର ମନ୍ଦିର ଓ ଷ୍ଟେସନ ରାସ୍ତାରେ ସାର୍ବଜନୀନ ଦୂର୍ଗାପୂଜା ୯ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ସ୍ଥାନୀୟ ବୋରୀଙ୍ଗପଦର ଠାରେ ୫ ଦିନ ପୂଜା ଅନୁଷ୍ଠିତ ହୋଇଥାଏ। ଗୌରୀଶଙ୍କର ମନ୍ଦିର ରେ ଭକ୍ତ ମାନଙ୍କର ପାଇଁ ଦିନ ବେଳା ଭୋଗ ର ବ୍ୟବସ୍ଥା କରାଯାଇଥିବା ବେଳେ ମାଁ ଅମ୍ୱେ ମନ୍ଦିରରେ ରାତ୍ର ସମୟରେ ଭୋଗର ବ୍ୟବସ୍ଥା ରହିଛି।ସେପଟେ ୭୧ ବର୍ଷରେ ପହଞ୍ଚିଛି କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା। ନଅ ଦିନ ଧରି ଅନୁଷ୍ଠିତ ହେଉଥିବା ଉକ୍ତ ସାର୍ବଜନୀନ ଦୁର୍ଗାପୂଜା ରେ ଲାଗିଥିବା ଆକର୍ଷଣୀୟ ତୋରଣ ଓ ଆଲୋକ ସାଜସଜ୍ଜା ଅତି ଚମତ୍କାର ଦେଖାଯାଉଥିବା ବେଳେ ଏଠାର ର ରାବଣ ପୋଡ଼ା ଦେଖିବାକୁ ସାରା ଜିଲ୍ଲାରୁ ଦର୍ଶକ ଆସିଥାନ୍ତି। ରାତ୍ରି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମାଁ ଙ୍କ ଆଳତି ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳଭିଡ଼ ଦେଖିବାକୁ ମିଳିଥାଏ।ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଭାବରେ ରାଜକୁମାର ଜୈନ,ଉପସଭାପତି ଭାବରେ ସରିତା ସିନ୍ଦୂର ଓ ରମେଶ ପଟ୍ଟନାୟକ,ସମ୍ପାଦକ ଭାବରେ ଉମେଶ ଚନ୍ଦ୍ର ନାୟକ, ସହ ସମ୍ପାଦକ ଭାବରେ ରାମଜୀ ମାତଖଣ୍ଡିଆ ଓ ବିଘ୍ନରାଜ ଦୀପ ଦାଇତ୍ୱ ସମ୍ଭାଲୁଥିବା ବେଳେ କୋଷାଧ୍ୟକ୍ଷ ଭାବରେ ଅନିଲ କୁମାର ଜୈନ ଦାଇତ୍ୱ ତୁଲାଉଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ବାନାର୍ଜୀ, ଗଦାଧର ସିଂଦେଓ, ବଳରାମ ସୁନା ,ସିଦ୍ଧାର୍ଥ ଅଗ୍ରୱାଲ,ରଘୁରାଜ ସିଂ,ରିଶବ୍ ଜୈନ,ମନୋଜ ଅଗ୍ରୱାଲ,ବିକ୍କୀ ଅଗ୍ରୱାଲ ପ୍ରମୁଖ ଅନ୍ୟାନ୍ୟ ଦାଇତ୍ୱ ସମ୍ପାଦନ କରୁଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User