ନବରାତ୍ରି ରେ ଚମକୁଛି ଗୌରୀଶଙ୍କର ମନ୍ଦିର --- ( ଦେଖିବାକୁ ମିଳୁଛି ଭକ୍ତ ଙ୍କ ପ୍ରବଳଭିଡ଼ )
କେସିଙ୍ଗା,/କେସିଙ୍ଗାସମାଚାର ୧୯/୧୦(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲାର ଧର୍ମନଗରୀ କେସିଙ୍ଗା ରେ ଚାରୋଟି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ବଜାର ପାଖରେ ଥିବା ଗୌରୀଶଙ୍କର ମନ୍ଦିରରେ ଅନୁଷ୍ଠିତ ହେଉଥିବା ନବରାତ୍ରି ପାଇଁ ଚମକୁଛି ଗୌରୀଶଙ୍କର ମନ୍ଦିର।ମନ୍ଦିର ଭିତରେ ଚଳିତ ବର୍ଷ ୨୩୫ ଜଣ ଭକ୍ତ ଙ୍କ ନାମରେ ମନୋସ୍କାମନା ଦୀପ ପ୍ରଜ୍ବଳନ ହେଉଥିବା ମନ୍ଦିର ସମ୍ପାଦକ ପ୍ରକାଶ କରିଥିବା ବେଳେ ମନ୍ଦିରରେ ପୂଜା ପାଇଁ ଆକର୍ଷଣୀୟ ଆଲୋକ ସାଜସଜ୍ଜା ଦେଖିବାକୁ ମିଳୁଛି।ସୁଦୂର ବୃନ୍ଦାବନ ରୁ ପଣ୍ଡିତ ମାନେ ଆସି ପୁଜାକାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ତାଙ୍କ ଦ୍ଵାରା ହୋମ ଯଜ୍ଞ ଅନୁଷ୍ଠିତ ହେଉଛି। ଗୌରୀଶଙ୍କର ମନ୍ଦିର ରେ ନବରାତ୍ରି ର ୯ ଦିନ ଧରି ଭକ୍ତ ମାନଙ୍କର ପାଇଁ ଦିନ ବେଳା ଭୋଗ ର ସୁବ୍ୟବସ୍ଥା ଦେଖିବାକୁ ମିଳୁଥିବା ବେଳେ ମନ୍ଦିର କମିଟିର ସମସ୍ତ ସଦସ୍ୟ ଙ୍କ ମନ୍ଦିରପ୍ରତି ସେବାସମର୍ପଣ ଅତି ଉଚ୍ଚକୋଟିର ଦେଖିବାକୁ ମିଳୁଛି।ଚଳିତ ବର୍ଷ ସଭାପତି ଭାବରେ ସୁନ୍ଦରଲାଲ ଅଗ୍ରୱାଲ, ମହାସଚିବ ଭାବରେ ବଣ୍ଟି ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଭାବରେ ରାଜ କୁମାର ଅଗ୍ରୱାଲ ଦାଇତ୍ୱ ସମ୍ପାଦନ କରୁଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)