ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ ହେଲା ବ୍ୟାଙ୍କ ଧର୍ମଘଟ
କେସିଙ୍ଗା/ କେସିଙ୍ଗା ସମାଚାର/୨୮/୯(ମଧୁସୂଦନ ଠାକୁର) କିଛି ଦିନ ହେବ ସୋସିଆଲ ମିଡ଼ିଆ ସମେତ ଅନେକ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା ଯେ ଆଗକୁ ୨୮ ତାରିଖରୁ ସମଗ୍ର ଭାରତ ବର୍ଷର ସମସ୍ତ ରାଷ୍ଟ୍ରୀୟତ ବ୍ୟାଙ୍କ କର୍ମଚାରୀ ମାନେ ନିଜର କିଛି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳପାଇଁ ଧର୍ମଘଟ ଓ କାମଛାଡ଼ ଆନ୍ଦୋଳନ କରିବେ ବୋଲି ନିଷ୍ପତି ନେଇଥିଲେ ଏହାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଛୁଟି ଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲି କାମକାଜ କରିଥିଲେ।ହେଲେ ବ୍ୟାଙ୍କ ଆସୋସିଏସନ୍ ପକ୍ଷରୁ ରବିବାର ଦିନ ସରକାର ଙ୍କ ସହିତ ଧର୍ମଘଟ ବିଷୟରେ ଆଲୋଚନା ପରେ ଆସୋସିଏସନ୍ ପକ୍ଷରୁ ଧର୍ମଘଟ ଡାକରାକୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ କରି ଦିଆଯାଇଛି।ଫଳ ସ୍ୱରୂପ ଦେଶର କୌଣସି ବ୍ୟାଙ୍କ ଆଉ ଧର୍ମଘଟ କୁ ଯିବେ ନାହିଁ ଆଜି ଠାରୁ ଯେମିତି ବ୍ୟାଙ୍କ କାମ ହେଉଥିଲା ସେମିତି ଆଉଥରେ ଚାଲିଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)